ETV Bharat / state

ଗାଁରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

author img

By

Published : Mar 15, 2021, 6:55 PM IST

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁନିଦା ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ଦେଶୀ ଓ ବିଦେଶୀ ମଦର କାରବାର । ତେବେ ଗ୍ରାମକୁ ମଦମୁକ୍ତ କରିବା ପାଇଁ ମହିଳା ସଂଗଠନମାନେ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...

ଗାଁରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ
ଗାଁରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ଢେଙ୍କାନାଳ : ଭୁବନ ବ୍ଲକ କୁନିଦା ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ଦେଶୀ ଓ ବିଦେଶୀ ମଦର କାରବାର । ତେବେ ଗ୍ରାମକୁ ମଦମୁକ୍ତ କରିବା ପାଇଁ ମହିଳା ସଂଗଠନମାନେ ଆଗେଇ ଆସିଛନ୍ତି ।

ଗାଁରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ପାନ ଦୋକାନଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନ, ଚା ଦୋକାନ ସବୁଠି ବିକ୍ରି ହେଉଛି ଦେଶୀ, ବିଦେଶୀ ମଦ । ଏହି ମଦ ଦ୍ବାରା ଏକ ବର୍ଷ ମଧ୍ୟରେ ପାଞ୍ଚ ଜଣରୁ ଅଧିକ ଜୀବନ ଗଲାଣି । ତଥାପି କେହି ଚେତୁ ନାହାନ୍ତି । ତେଣୁ ଗାଁରୁ ଏହି ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆଗେଇ ଆସିଛନ୍ତି କିଛି ମହିଳା ଓ ଯୁବକ ସଙ୍ଗଠନ ।

ଆଜି ଶହଶହ ମହିଳା ଓ ପୁରୁଷ କୁନିଦା ଗ୍ରାମ ଶିବ ମନ୍ଦିର ଠାରେ ଏକତ୍ର ହୋଇ ଗ୍ରାମ ପରିକ୍ରମା କରିଥିଲେ । ପ୍ରତି ଓ୍ବାର୍ଡକୁ ଯାଇ ଓ୍ବାର୍ଡବାସୀଙ୍କୁ ମଦକୁ ଗାଁରେ ନ ପୁରାଇବା ପାଇଁ ସଚେତନ କରିଥିଲେ । ଏହି ସଚେତନତା ରାଲିରେ ଇନ୍ଦିରା ମହିଳା ସମିତି, ଗ୍ରାମ୍ୟ କମିଟ, ବାପୁଜୀ ଯୁବକ ସଂଘର ମେମ୍ବରମାନେ ଯୋଗ ଦେଇଥିଲେ । ଯଦି ଏହା ପରେ ଗ୍ରାମରେ ମଦ କାରବାର କରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାର ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ସଂଗଠନର ସଦସ୍ୟମାନେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.