ETV Bharat / state

କୋଭିଡ କଟକଣା ଯୋଗୁଁ ସେବାୟତଙ୍କ ଦ୍ବାରା ମନ୍ଦିରରେ ଗଡ଼ିଲା କୁନି ରଥ - ରଥଯାତ୍ରା

ବଳରାମଜୀଉ ମନ୍ଦିରରେ ପାଳିତ ହେଲା ରଥଯାତ୍ରା । କୋରୋନା କଟକଣା ଯୋଗୁଁ ମନ୍ଦିର ପରିସରରେ କୁନି ରଥ ଟାଣିଲେ ସେବାୟତ । ଅଧିକ ପଢନ୍ତୁ...

କୋଭିଡ କଟକଣା ଯୋଗୁଁ ସେବାୟତଙ୍କ ଦ୍ବାରା ମନ୍ଦିରରେ ଗଡ଼ିଲା କୁନି ରଥ

author img

By

Published : Jul 12, 2021, 9:34 PM IST

ଢେଙ୍କାନାଳ: ଚଳିତ ବର୍ଷ ପୁଣି କୋଭିଡ ସଂକ୍ରମଣ ଆଶଙ୍କାରେ ରଥଯାତ୍ରା ପାଇଁ କଡା କଟକଣା ଜାରି ହୋଇଛି । ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ କୌଣସି ଜାଗାରେ ରଥଯାତ୍ରା ବାରଣ ରହିଥିବାରୁ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏପରିକି ବଳରାମ ମନ୍ଦିରକୁ ଚାରି ପାଖରେ ପୁଲିସ ମୁତୟନ ହୋଇଥିବା ସହ ସାଧାରଣ ଦର୍ଶନ ବାରଣ କରାଯାଇଛି ।

କୋଭିଡ କଟକଣା ଯୋଗୁଁ ସେବାୟତଙ୍କ ଦ୍ବାରା ମନ୍ଦିରରେ ଗଡ଼ିଲା କୁନି ରଥ

ସେପଟେ ପରମ୍ପରା ରକ୍ଷା କରିବାକୁ ଯାଇ ଏହି ପବିତ୍ର ରଥଯାତ୍ରାକୁ ଢେଙ୍କାନାଳରେ କେବଳ ବଳରାମଜୀଉଙ୍କ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଛି । ଏଥିପାଇଁ ଦୁଇଟି କୁନି କୁନି ରଥ ନିର୍ମାଣ କରାଯାଇ ପ୍ରତୀକ ରଥ ଭାବେ ବଳରାମ ଜୀଉଙ୍କ ମନ୍ଦିର ମଧ୍ୟରେ ଏହି କୁନି ରଥ ଯାତ୍ରା କରାଯାଇଛି । ତେବେ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ସାଙ୍ଗକୁ ଦର୍ଶନ ବାରଣ କରାଯାଇଥିବାରୁ କେବଳ ସେବାୟତଙ୍କ ମଧ୍ୟରେ ଚଳିତ ବର୍ଷ ଢେଙ୍କାନାଳର ବଳରାମଜୀଉଙ୍କ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ କରାଯାଇଛି ।

ପରମ୍ପରା ରଖିବାକୁ ଯାଇ ରାଜପ୍ରାସାଦରୁ ଢେଙ୍କାନାଳ ରାଜା କମାକ୍ଷାପ୍ରସାଦ ସିଂହଦେଓଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ଯୁବରାଜ ଅମରଜ୍ୟୋତି ସିଂହ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ପହଣ୍ଡି କରାଇଥିଲେ । ପରେ କୁନି ରଥକୁ ସେବାୟତମାନେ ମନ୍ଦିର ପରିସରରେ ଟାଣି ରଥଯାତ୍ରାର ପ୍ରଥା ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସେବାୟତଙ୍କ ଘଣ୍ଟ ଘଣ୍ଟି ବାଜା ସାଙ୍ଗକୁ ହରିବୋଲ ହୁଳହୁଳିରେ ବଳରାମ ଜୀଉଙ୍କ ମନ୍ଦିର କମ୍ପି ଉଠିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.