ETV Bharat / state

ମଦ୍ୟପ ବସ ଡ୍ରାଇଭର ଗିରଫ, ୩ ମାସ ପାଇଁ ବାତିଲ ହେଲା ଡ୍ରାଇଭିଂ ଲାଇସେନ୍ସ - ୩ ମାସ ପାଇଁ ବାତିଲ ହେଲା ଡ୍ରାଇଭିଂ ଲାଇସେନ୍ସ

ମଦ୍ୟପାନ କରି ଯାତ୍ରୀବାହୀ ବସ ଚଳାଇବା ପଡିଲା ମହଙ୍ଗା। ଖବର ପାଇ ଅଧାବାଟରେ ମାଡି ବସିଲା ଟାଉନ ପୋଲିସ। ଅଧିକ ପଢନ୍ତୁ

ମଦ୍ୟପାନ କରି ବସ ଡ୍ରାଇଭର ଗିରଫ, ୩ ମାସ ପାଇଁ ବାତିଲ ହେଲା ଡ୍ରାଇଭିଂ ଲାଇସେନ୍ସ

author img

By

Published : Jun 9, 2022, 8:01 PM IST

ଢେଙ୍କାନାଳ : ମଦ୍ୟପାନ କରି ଯାତ୍ରୀବାହୀ ବସ ଚଳାଇବା ପଡିଲା ମହଙ୍ଗା। ଖବର ପାଇ ଅଧାବାଟରେ ମାଡି ବସିଲା ଟାଉନ ପୋଲିସ। ବସକୁ ଜବତ କରିବା ସହିତ ମଦ୍ୟପ ଡ୍ରାଇଭରକୁ ଅଟକ ରଖିଛି । କଟକରୁ ତାଳଚେର ଯାଉଥିବା ନାୟକ ନାମକ ଯାତ୍ରବାହୀ ବସକୁ ଢେଙ୍କାନାଳ ଟାଉନଥାନା ଆଗରେ ଅଟକାଇଲା ପୋଲିସ।ବସର ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡି ଚାଳନା କରୁଥିବା ନେଇ ଅଭିଯୋଗ ପାଇଥିଲା ଢେଙ୍କାନାଳ ଟାଉନ ଥାନା ପୋଲିସ।

ମଦ୍ୟପାନ ଯୋଗୁଁ ବସ ଡ୍ରାଇଭର ଗିରଫ, ୩ ମାସ ପାଇଁ ବାତିଲ ହେଲା ଡ୍ରାଇଭିଂ ଲାଇସେନ୍ସ

ଟାଉନଥାନା ଆଗରେ ବସକୁ ଅଟକାଇବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି। ବସରେ ଥିବା ସମସ୍ତ ପାସେଞ୍ଜରକୁ ଅନ୍ଯ ଏକ ବସ ଯୋଗେ ପଠାଇ ଦିଆଯାଇଛି । ବସରେ ଚାଳିଶରୁ ଅଧିକ ଯାତ୍ରୀ ଥିବା ଜଣା ପଡିଛି । ଅନ୍ଯ ପଟେ ନିଜେ ମଦ୍ୟପାନ କରି ଗାଡି ଚଲାଉଥିବା କଥାକୁ ସ୍ବୀକାର କରିଛି ମଦ୍ୟପ ଡ୍ରାଇଭର । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ଟାଉନଥାନା ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.