ଢେଙ୍କାନାଳ: ମଦ୍ୟପ ଭାଇର ଉନ୍ମତକାଣ୍ଡ । ମଦ ଆଗରେ ଫିକା ପଡିଲା ସମ୍ପର୍କ । ମଦ ପିଇବାକୁ ଆକଟ କରିବାକୁ ଭଉଣୀକୁ ପନିକିରେ ହାଣିଲା ଭାଇ । ଢେଙ୍କାନାଳ ଜିଲ୍ଲା ଭୁବନ ଓଡ଼ିଶା ପଞ୍ଚାୟତ ଅନ୍ତର୍ଗତ ବେଲପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଦ ପିଇବାକୁ ଆକଟ କରିବାରୁ ଭାଇର ପନିକି ଚୋଟର ଶିକାର ହୋଇଛି ଭଉଣୀ ।
ସୂଚନା ଅନୁଯାୟୀ, ବେଲପାଳ ଗ୍ରାମର ଇଶ୍ବର ମହାରଣା ନାମକ ଜଣେ ଯୁବକ ମଦ୍ୟପାନ କରି ଘରେ ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲା । ଏହି ସମୟରେ ଭଉଣୀ ମଞ୍ଜୁ ମହାରଣା ଭାଇକୁ ନିରବ ରହିବା ପାଇଁ କହିବାରୁ ମଦ୍ୟପ ଇଶ୍ବର ଉତକ୍ଷିପ୍ତ ହୋଇପଡିଥିଲା । ଘରୁ ଏକ ପନିକି ଆଣି ଭଉଣୀର କାନ ମୁଣ୍ଡାକୁ ହାଣି ଫେରାର ହୋଇଯାଇଥିବା ଜଣାପଡିଛି । ଫଳରେ ମଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ