ETV Bharat / state

ଯୋରନ୍ଦାରେ ପାନୀୟ ଜଳ ସମସ୍ୟା, ପ୍ରକଳ୍ପ ତ୍ବରାନ୍ବିତ ପାଇଁ ବିଜେପିର ଦାବି

author img

By

Published : May 15, 2023, 4:17 PM IST

Updated : May 15, 2023, 4:56 PM IST

ଢେଙ୍କାନାଳ ଜିଲ୍ଲାର ସାଂସ୍କୃତିକ ଓ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ଏବଂ ଯୋରନ୍ଦାରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଜେପିର ଦାବି । ଅଧିକ ପଢ଼ନ୍ତୁ

demands for inclusion of dhenkanal within swadesh darshan scheme
ଢେଙ୍କାନାଳକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ଦାବି

ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ସରକାରଙ୍କର ରାଜନୈତିକ ଅସୂୟା ମନୋଭାବ ଯୋଗୁଁ ଢେଙ୍କାନାଳରେ ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଅନ୍ତଃରାୟ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ ଉଠାଇଛି । ଏହି ଉଦ୍ଦେଶ୍ୟରେ ଢେଙ୍କାନାଳରେ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କ୍ଷୋଭ ପ୍ରକାଶ କରିଛି ।

କେନ୍ଦ୍ର ସରକାର ସ୍ବଦେଶ ଦର୍ଶନ ଯୋଜନାରେ ସାଂସ୍କୃତିକ ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ଗୁରୁତ୍ୱ ଦିଆଯାଉନଥିବା ବିଜେପି ଅଭିଯୋଗ କରିଛି । ଏନେଇ ଜିଲ୍ଲା ବିଜେପି ସଭାପତି କହିଛନ୍ତି, "ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦୀରେ ମହିମା ସାଧୁ ଓ ଶ୍ରଦ୍ଧାଳୁ ତଥା ଆଖପାଖର ୧୩ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂରୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଫଳରେ ଗତ ୨୦୧୮ ମସିହାରେ ତାଙ୍କ ପ୍ରତିଶ୍ରୁତି ମୁତାବକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ONGC ଚୁକ୍ତିନାମା ହୋଇସାରିଛି । ଏପରିକି ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ONGC ପକ୍ଷରୁ ଏଥିପାଇଁ ୧୭ କୋଟି ୭୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ଇତି ମଧ୍ୟରେ RWSS ବିଭାଗକୁ ONGC ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିସାରିଥିଲେ ମଧ୍ୟ ରାଜ୍ୟ ସରକାର ରାଜନୈତିକ ଅସୁୟା ମନୋଭାବ ପୋଷଣ କରି ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁନାହାନ୍ତି ।"

ସୁତରାଂ ଢେଙ୍କାନାଳ ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ, ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଢେଙ୍କାନାଳକୁ ସାମିଲ କରିବାକୁ ରାଜ୍ୟ ସରକାର ତୁରନ୍ତ ଗୁରୁତ୍ୱ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଏହାସହ ONGC ପ୍ରଦତ୍ତ ଅନୁଦାନ ଅର୍ଥ ରାଶିକୁ ବିନିଯୋଗ କରି ମହିମାଗାଦୀ ଓ ଆଖପାଖ ୧୩ଟି ଗ୍ରାମ ବାସୀଙ୍କ ପାନୀୟଜଳ ସମସ୍ୟା ଦୂର କରିବା ଦିଗରେ ଯତ୍ନବାନ ହେବାକୁ କହିଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : May 15, 2023, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.