ଢେଙ୍କାନାଳ: କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏକ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପକ୍ଷରୁ ଡା. ସୂର୍ଯ୍ୟ ନାରାୟଣ ମିଶ୍ର, ଡା,ପ୍ରଶାନ୍ତ କୁମାର ପରୀଡା ଓ ସୁଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗର ଡା,ରାଜକିଶୋର ସେଠୀ ଏହାକୁ ପରିଚାଳନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡି,ନିରଂଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ୟାନସର ପୀଡିତ ରୋଗୀମାନେ ଏଥିରେ ଯୋଗଦେଇ ବିଶେଷଜ୍ଞ ମାନଙ୍କ ଠାରୁ ପରାମର୍ଶ ନେଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ