ETV Bharat / state

ଢେଙ୍କାନାଳର 2ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ - ଢେଙ୍କାନାଳ କୋରୋନା ସଂକ୍ରମଣ

ଜିଲ୍ଲାରେ ବୃଦ୍ଧି ପାଉଥିବା କୋରନା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି, କାମାକ୍ଷାନଗର ଏନଏସି ର ଆଳୁତମା ଚଷା ସାହି ଓ ହିନ୍ଦୋଳ ବ୍ଳକର ନୂଆ ଗାଁ ପଞ୍ଚାୟତ ରଘୁନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଅଧିକ ପଢନ୍ତୁ...

ଢେଙ୍କାନାଳର 2ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

author img

By

Published : Aug 27, 2020, 5:29 PM IST

ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ର ଆଳୁତମା ଚଷା ସାହିକୁ ୭୨ ଘଣ୍ଟା ପାଇ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଏହି ଆଳୁତମା ଗ୍ରାମର ଚଷା ସାହିରୁ ଗୋଟିଏ ଦିନରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ପ୍ରଶାସନର ଚିନ୍ତା ବଢାଇ ଦେଇଛି । ତେବେ ସଂକ୍ରମଣର ଏହି ଚେନକୁ ଭାଙ୍ଗିବା ପାଇ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଏପରି ପଦକ୍ଷେପ ନେଇଥିବା ଜଣାପଡିଛି।।

ଢେଙ୍କାନାଳର 2ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଅନ୍ୟପଟେ ହିନ୍ଦୋଳ ବ୍ଳକର ନୂଆ ଗାଁ ପଞ୍ଚାୟତ ରଘୁନାଥପୁର ଗ୍ରାମରେ ପଜିଟିଭ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କାରେ ୭୨ ଘଣ୍ଟା ଲାଗି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିବା ସୂଚନା ମିଳିଛି। ତେବେ ଏହି କଣ୍ଟେନମେଣ୍ଟ ଜୋନ ଚାଲିଥିବା ସମୟରେ ଆତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟସବୁ ବନ୍ଦ ରହିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.