ETV Bharat / state

OPSC exams: ଗରିବ ଚାଷୀଙ୍କ ପୁଅ ହେବେ ଓଡିଶା ପ୍ରଶାସନିକ ସେବା ଅଧିକାରୀ - ଢେଙ୍କାନାଳର ପୁଅ OPSC ପରୀକ୍ଷାରେ ସଫଳତା

ଗରିବ ଚାଷୀଙ୍କ ପୁଅ ହେବେ ଓଡିଶା ପ୍ରଶାସନିକ ସେବା ଅଧିକାରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହାଳ ଗାଁର ରବି ସେଠୀଙ୍କ ସାନ ପୁଅ ମୁନା ସେଠୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ (OPSC rank-76 ) କ୍ରମିକ ନମ୍ବର ୭୬ରେ ସ୍ଥାନ ପାଇ କୃତକାର୍ଯ୍ୟ ହୋଇଛନ୍ତି । ଅଧିିକ ପଢନ୍ତୁ

OPSC exams: ଗରିବ ଚାଷୀଙ୍କ ପୁଅ ହେବେ ଓଡିଶା ପ୍ରଶାସନିକ ସେବା ଅଧିକାରୀ

author img

By

Published : Oct 10, 2022, 3:56 PM IST

ଢେଙ୍କାନାଳ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ(Odisha Civil Service) ଢେଙ୍କାନାଳ ପୁଅର ସଫଳତା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷା-୨୦୨୦ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଗରିବ ଚାଷୀର ପୁଅ । ସେ ହେଲେ ରବୀନ୍ଦ୍ର ସେଠୀଙ୍କ ସାନ ପୁଅ ମୁନା ସେଠୀ ।

OPSC exams: ଗରିବ ଚାଷୀଙ୍କ ପୁଅ ହେବେ ଓଡିଶା ପ୍ରଶାସନିକ ସେବା ଅଧିକାରୀ

ମୁନା ଚଳିତ ଥର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ (OPSC rank-76 ) କ୍ରମିକ ନମ୍ବର ୭୬ରେ ସ୍ଥାନ ପାଇ ଏହି ସଫଳତା ଅର୍ଜନ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁନା ଦୁର୍ଭାଗ୍ୟ ବଶତଃ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ତଥାପି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚି ବାକୁ ଆଶା ଛାଡି ନଥିଲେ । ତିନି ଥର ଅକୃତକାର୍ଯ୍ୟ ପରେ ବି ସେ ନିଜର ଚେଷ୍ଟା ଜାରି ରଖିଥିଲେ । ଆଉ ତାଙ୍କର ଏହି ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଚତୁର୍ଥ ଥରରେ ଏହି ସଫଳତା ଆଣି ଦେଇଛି । ତେବେ ତାଙ୍କ ବାପା ଜଣେ ସାଧାରଣ ଚାଷୀ । ଚାଷ ବାସ କରି ବାପା ତାଙ୍କର ପରିବାର ଚଳାଉଥିଲେ । ଏ ସଫଳତା ଖବର ପାଇବା ପରେ ଉଭୟ ବାପା ମା ବେଶ ଖୁସି ଥିବା ସହ, ସାଙ୍ଗ ସାଥି ମଧ୍ୟ ଖୁସି ମନାଉଛନ୍ତି । ସେପଟେ ତାଙ୍କ ସଫଳତା ନେଇ ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଅନ୍ୟପଟେ ମୁନା ତିନି ଥର ଅକୃତ କାର୍ଯ୍ୟ ପରେ ଚତୁର୍ଥ ଥର କଠିନ ପରିଶ୍ରମ କରି ଏହି ସଫଳତା ପାଇ ଥିବା କହିଛନ୍ତି । ପ୍ରଥମ ଥର ପ୍ରିଲିମ୍‌ରେ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ । ଦ୍ବିତୀୟ ଓ ତୃତୀୟ ଥର ମୁଖ୍ୟ ପରୀକ୍ଷାରେ ସାମିଲ ହୋଇଥିଲେ ବି ସଫଳତା ମିଳିପାରି ନ ଥିଲା ବୋଲି ମୁନା କହିଛନ୍ତି । ସେ ଗାଁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢି ଥିଲେ । ପରେ ଷଷ୍ଠ ଶ୍ରେଣୀରୁ ସରାଙ୍ଗ ନବୋଦୟ ବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟରେ ପଢା ସାରିଥିଲେ । ପିଲାଟି ବେଳୁ ନିଜର ନିଷ୍ଠା ଓ ପାଠ ପଢ଼ାର ଏକାଗ୍ରତା ତାଙ୍କୁ ରେଭେନସା କଲେଜର ଯୁକ୍ତ ତିନିରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳତା ଆଣି ଦେଇଥିଲା । ଆଉ ଯୁବ ବୟସରେ ଏହି ସଫଳତା ହିଁ ତାଙ୍କୁ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ବେଶ ସହାୟକ ହୋଇଥିଲା ।

ସବୁଠାରୁ ବଡକଥା ହେଲା ସେ ଏନେଇ କୌଣସି ଠାରେ କୋଚିଂ ନେଇ ନଥିବା କୁହନ୍ତି । ଆଉ ସେହି ଦିନ ଠାରୁ ସେ ଏହି ସଫଳତା ହାସଲ ପାଇଁ ଦିନକୁ ପ୍ରାୟ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରନ୍ତି । ଗରିବ ପରିବାରରେ ଜନ୍ମ ଲାଭ କରିଥିଲେ ମଧ୍ୟ କେବେ ଭାଙ୍ଗି ପଡି ନାହାନ୍ତି ସେ । ଯାହାକୁ ନେଇ ସେ ଆଜି ବେଶ ଖୁସି ଥିବା ବେଳେ ସଫଳତା ପଛରେ ପିତା ମାତା ଙ୍କ ଆଶିର୍ବାଦ ଓ ସାଙ୍ଗ ସାଥୀଙ୍କ ସହଯୋଗ ଥିବା ମୁନା କୁହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.