ETV Bharat / state

ଜୀବନଶୈଳୀର ସତ୍ତା ଦେଖାଉଛି 'ସପ୍ତସତୀ' ଏସ୍‌ଏଚ୍‌ଜି - ଢେଙ୍କାନାଳ ମା ସପ୍ତସତୀ ସ୍ବୟଂ ସହାୟକ ଗୋଷ୍ଠୀ

ଲକଡାଉନ ଯୋଗୁଁ ସବୁଆଡେ ସ୍ଥିତି ଜଟିଳ ହୋଇପଡିଛି । କାମ ଧନ୍ଦା ଅଭାବରୁ ଲୋକେ ଘରେ ହାତରେ ହାତ ବାନ୍ଧି ବସିରହିଛନ୍ତି । ଆଉ ଏପରି ଦୁର୍ଦ୍ଦିନରେ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର 12 ଜଣ ମହିଳା । ଅଧିକ ପଢନ୍ତୁ...

ଜୀବନ ଶୈଳୀର ସତ୍ତା ଦେଖାଉଛି ସପ୍ତସତୀ
ଜୀବନ ଶୈଳୀର ସତ୍ତା ଦେଖାଉଛି ସପ୍ତସତୀ
author img

By

Published : Jun 7, 2021, 9:10 PM IST

ଢେଙ୍କାନାଳ: ଲକଡାଉନ ଯୋଗୁଁ ସବୁଆଡେ ସ୍ଥିତି ଜଟିଳ ହୋଇପଡିଛି । କାମ ଧନ୍ଦା ଅଭାବରୁ ଲୋକେ ଘରେ ହାତରେ ହାତ ବାନ୍ଧି ବସି ରହିଛନ୍ତି । ଆଉ ଏପରି ଦୁର୍ଦ୍ଦିନରେ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର 12 ଜଣ ମହିଳା ।

ଜୀବନ ଶୈଳୀର ସତ୍ତା ଦେଖାଉଛି ସପ୍ତସତୀ

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ମହାପଦା ଗ୍ରାମର ଏହି ୧୨ ଜଣ ମହିଳା ମା ସପ୍ତସତୀ ନାମକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ଆଉ ଏହି ଗୋଷ୍ଠୀ ମାଧ୍ୟମରେ ଛତୁ ଚାଷ କରି ନିଜ ପରିବାରର ଏପରି ସଂକଟ ସ୍ଥିତିର ବିକଳ୍ପ ପାଲଟିଛନ୍ତି ।

ଏହି ମହିଳାମାନେ ନିଜ ଗାଁ ମହାପଦାରେ ୧୫ଶହ ବେଡ଼ ବିଶିଷ୍ଠ ଏକ ବିରାଟ ଛତୁ ଫାର୍ମ କରିଛନ୍ତି । ଆଉ ଏଥିପାଇଁ ସକାଳୁ ସକାଳୁ ଏହି ଗୋଷ୍ଠୀର ମହିଳାମାନେ ନଡା କାଟିବା ଠାରୁ ଆରମ୍ଭ କରି ପାଣିରେ ଭିଜାଇବା, ଛତୁ ବେଡ଼ ପ୍ରସ୍ତୁତ କରିବା, ମଞ୍ଜି ପକାଇବା ଓ ଛତୁ ତୋଳି ବେପାରୀଙ୍କୁ ବିକ୍ରି କରିବା ଆଦି ସମସ୍ତ କାମ କରିଥାନ୍ତି ।

ଏପରିକି ଦିନକୁ ଦୁଇ ଓଳା ଅତି କମରେ ୪୦ ରୁ ୫୦କେଜି ଛତୁ ତୋଳିଥାନ୍ତି ଏହି ମହିଳା । ଏହି ମହିଳା ମାନେ ଉତ୍କୃଷ୍ଠ ମାନର ଛତୁ ଅମଳ କରୁଥିବାରୁ ବଜାରରେ ମଧ୍ୟ ଏମାନଙ୍କ ଛତୁର ଚାହିଦା ରହିଥିବା ପ୍ରକାଶ କରନ୍ତି ଛତୁ ବେପାରୀ । ଫଳରେ ମାସକୁ ଜଣକ ପିଛା ପ୍ରତ୍ୟେକ 7-8 ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ଯାହାକି ସେମାନେ ନିଜ ପରିବାର ଆଉ ପିଲା ଛୁଆଙ୍କ ଖର୍ଚ୍ଚ ଉଠାଇ ପରିବାର ସକ୍ଷମ ହୋଇପାରିଛନ୍ତି ।

ଏହି ମହିଳାମାନଙ୍କ କର୍ତ୍ତବ୍ୟ ନିଷ୍ଠା ଓ ପରିଶ୍ରମ ସେମାନଙ୍କୁ ସଫଳତା ବାଟ ଦେଖାଇଛି । ଆଉ ଏକ ଆଦର୍ଶ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ଏହି ଛତୁ ଚାଷ ମାଧ୍ୟମରେ ନିଜକୁ ସଶକ୍ତିକରଣ କରାଇପାରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.