ETV Bharat / state

ଅର୍ଥ ହେରଫେର୍ ଅଭିଯୋଗକୁ ଖଣ୍ଡନ କଲା ଢେଙ୍କାନାଳ ଜାମା ମସଜିଦ ପରିଚାଳନା କମିଟି - ଜାମା ମସଜିଦ ପରିଚାଳନା କମିଟି ପ୍ରେସ ମିଟ୍

ଢେଙ୍କାନାଳରେ ଥିବା ଜାମା ମସଜିଦ ଉନ୍ନୟନ ପ୍ରକଳ୍ପର ହେରଫେର ନେଇ ହୋଇଥିବା ଅଭିଯୋଗକୁ ମସଜିଦ ପରିଚାଳନା କମିଟି ପକ୍ଷରୁ ଖଣ୍ଡନ । ଅଧିକ ପଢନ୍ତୁ...

ଅର୍ଥ ହେରଫେର୍ ଅଭିଯୋଗକୁ ଖଣ୍ଡନ କଲା ଢେଙ୍କାନାଳ ଜାମା ମସଜିଦ ପରିଚାଳନା କମିଟି

author img

By

Published : Feb 11, 2021, 10:44 PM IST

ଢେଙ୍କାନାଳ: ଜାମା ମସଜିଦର ଉନ୍ନୟନ ଆଳରେ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଛି । ଜାମା ମସଜିଦ ପରିଚାଳନା କମିଟି ଏହାକୁ ଖଣ୍ଡନ କରି ମାମଲାର ସଠିକ୍ ତଦନ୍ତ କରିବାକୁ ଦାବି କରିଛି ।

ଅର୍ଥ ହେରଫେର୍ ଅଭିଯୋଗକୁ ଖଣ୍ଡନ କଲା ଢେଙ୍କାନାଳ ଜାମା ମସଜିଦ ପରିଚାଳନା କମିଟି
ଢେଙ୍କାନାଳ ସହରରେ ଥିବା ଜାମା ମସଜିଦର ଉନ୍ନୟନ ପାଇଁ କେନ୍ଦ୍ରରୁ ଆସିଥିବା ଅର୍ଥ ହେରଫେର୍ ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ମସଜିଦ ପରିଚାଳନା କମିଟି । ଏନେଇ ଆଜି(ଗୁରୁବାର) ମସଜିଦ ପରିଚାଳନା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଜାମା ମସଜିଦ ପରିଚାଳନା କମିଟିର କହିବା ଅନୁଯାୟୀ ପର୍ଯ୍ୟାୟ କ୍ରମେ ତିନିଥର ମୋଟ ୪୩ ଲକ୍ଷ ୫୦ହଜାର ଟଙ୍କା ମସଜିଦର ଉନ୍ନତି ପାଇଁ କେନ୍ଦ୍ରୀୟ ଅନୁଦାନ ଆସିଥିଲା । ଏହା ସହ ବିଭିନ୍ନ ଆୟ ବ୍ୟୟର ସଠିକ ଅଡିଟ ମଧ୍ୟ ହୋଇସାରିଛି । ଏପରିସ୍ଥଳେ କିଛିବ୍ୟକ୍ତି ପ୍ରତିହିଂସା ପରାୟଣ ହୋଇ ଏପରି ମିଥ୍ୟା ଅଭିଯୋଗ କରି ପରିଚାଳନା କମିଟିକୁ ବଦନାମ କରିବାକୁ ଅପଚେଷ୍ଠା କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା ଯାଞ୍ଚ ନିର୍ଦେଶକୁ ଜାମା ମସଜିଦ ପରିଚାଳନା କମିଟି ସ୍ୱାଗତ କରୁଥିବା ପ୍ରକାଶ କରିଛନ୍ତି କମିଟିର ସଭାପତି ଓ ସମ୍ପାଦକ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.