ETV Bharat / state

ଢେଙ୍କାନାଳ ପାଇଁ ସୁନାମ ଆଣିଲେ ପ୍ରଜ୍ଞା, OJS ପରୀକ୍ଷାରେ ସପ୍ତମ ସ୍ଥାନ ରଖି କୃତକାର୍ଯ୍ୟ - OJSରେ କୃତକାର୍ଯ୍ୟ ପ୍ରଜ୍ଞା

Dhenkanal Girl Clears OJS Exam: ଓଜେଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବାବେଳେ ଢେଙ୍କାନାଳର ଝିଅ ପ୍ରଜ୍ଞା ସୁମନ ମହାପାତ୍ର ସପ୍ତମ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

dhenkanal girl clears OJS exam
dhenkanal girl clears OJS exam
author img

By ETV Bharat Odisha Team

Published : Dec 28, 2023, 10:32 AM IST

dhenkanal girl clears OJS exam

ଢେଙ୍କାନାଳ: ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ । ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ପୁଅଙ୍କ ଅପେକ୍ଷା ବେଶ ଆଗରେ ରହି ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ଝିଅମାନେ । ଓଜେଏସ୍‌ ପରୀକ୍ଷାରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି । ଏପରିକି ପ୍ରଥମ ୮ଟି ସ୍ଥାନରେ କେବଳ ଝିଅ ରହିଥିବା ଦେଖିବାକୁ ମିଳିଛି । ସେହିଭଳି ସାରା ଓଡିଶାରେ ଢେଙ୍କାନାଳର ପ୍ରଜ୍ଞା ସୁମନ ମହାପାତ୍ର ସପ୍ତମ ରାଙ୍କରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଢେଙ୍କାନାଳ ସହରର କାଲଟାକ୍ସ ବାସିନ୍ଦା ଛାୟାକାନ୍ତ ମହାପାତ୍ର ଓ ରଞ୍ଜିତାଙ୍କର ଏକ ମାତ୍ର ଝିଅ ପ୍ରଜ୍ଞା ସୁମନ । ପିଲାଟି ଦିନରୁ ପ୍ରଜ୍ଞାଙ୍କର ନ୍ୟାୟିକ ସେବା ପ୍ରତି ନିଜର ଦୁର୍ବଳତା ରହିଆସିଥିଲା । ଛୋଟ ବେଳୁ ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ନିଜର ନିଷ୍ଠା ଓ ପରିଶ୍ରମ ତାଙ୍କୁ ଆଜି ସଫଳତା ଦେଇପାରିଛି । ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ଵାଦଶ ପାସ ପରେ ୟୁନିଭର୍ସିଟି ଲ' କଲେଜରୁ ଇଣ୍ଟିଗ୍ରେଟେଡ଼ ଲ' ପାଠ୍ୟକ୍ରମ କରିଥିଲେ ପ୍ରଜ୍ଞା । ପରେ ଉତ୍କଳ ୟୁନିଭର୍ସିଟିରେ ଆଇନ ସ୍ନାତକୋତ୍ତର ବିଭାଗରେ ଟପର ଓ ଗୋଲ୍ଡ଼ ମେଡାଲ ହାସଲ କରି ନ୍ୟାୟିକ ସେବା ବିଭାଗ ପାଇଁ ଜଣେ ଯୋଗ୍ୟା ଛାତ୍ରୀ ଭାବେ ନିଜର ଦକ୍ଷତା ହାସଲ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆସିଲା ଓଜେଏସ୍‌ ପରୀକ୍ଷା ଫଳ, ୫୫ କୃତକାର୍ଯ୍ୟଙ୍କ ମଧ୍ୟରେ ୩୯ ଝିଅ

ତେବେ ପ୍ରଥମ ଥର ଓଜେଏସ ପରୀକ୍ଷାରେ କଟ ଅଫ ମାର୍କ ଯୋଗୁଁ ବିଫଳ ହୋଇଥିଲେ । ମାତ୍ର ନିଜର ପିତାମାତା ଓ ବନ୍ଧୁବର୍ଗଙ୍କ ଆଶୀର୍ବାଦ ତଥା ସାଙ୍ଗସାଥୀଙ୍କ ଉତ୍ସାହ ତାଙ୍କୁ ଚଳିତ ବର୍ଷ ଦ୍ୱିତୀୟ ଥରରେ ରାଜ୍ୟରେ ସପ୍ତମ ସ୍ଥାନ ହାସଲ ପୂର୍ବକ ଏହି ସଫଳତା ଆଣିଦେଇଛି ବୋଲି ପ୍ରକାଶ କରିଛନ୍ତି ପ୍ରଜ୍ଞା । ଜୁଡିସିଆଲରେ ଯୋଗ ଦେଇ ସମାଜର ଦଳିତ ନିଷ୍ପେଷିତ ଓ ଅସହାୟମାନଙ୍କୁ ସଠିକ ନ୍ୟାୟ ପ୍ରଦାନ କରି ନିଜର ଲକ୍ଷ୍ୟ ପୂରଣ କରିବେ ଓ ଏହା ହିଁ ପ୍ରକୃତରେ ସମାଜ ସେବା ବୋଲି ସେ କହିଛନ୍ତି । ପରିଶ୍ରମ ଓ ଏକାଗ୍ରତା ଯୋଗୁଁ ତାଙ୍କୁ ଆଜି ଏହି ସଫଳତା ମିଳିଥିବାରୁ ବେଶ ଗର୍ବିତ ହୋଇଛନ୍ତି ପ୍ରଜ୍ଞାଙ୍କ ପିତାମାତା ଓ ସମ୍ପର୍କୀୟ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.