ETV Bharat / state

ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, 9 ଗିରଫ - ବ୍ୟାଙ୍କ ଲୁ଼ଟ ଘଟଣା

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାର 6 ଦିନ ଭିତରେ ପୋଲିସକୁ ସଫଳତା ମିଳିଛି । ଚଢାଉ କରି ଡକାୟତି ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଅଧିକ ପଢନ୍ତୁ

accused arrested on gramya bank loot case
ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, 9 ଗିରଫ
author img

By

Published : Feb 10, 2023, 9:54 AM IST

ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, 9 ଗିରଫ

ଢେଙ୍କାନାଳ: ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ 6 ଦିନ ପୁରିଛି । ଏହାରି ଭିତରେ ଢେଙ୍କାନାଳ ପୋଲିସକୁ ବଡ ସଫଳତା ମିଳିଛି । ବ୍ୟାଙ୍କ ଲୁଟ ଘଟଣାରେ ଆନ୍ତଃଜିଲ୍ଲା ଡକାୟତି ରାକେଟ ଠାବ ହୋଇଛି । ୫ଟି ବାଇକ ଓ ବୋଲେରୋ ସହ ୯ଜଣ ଲୁଟେରା ଗିରଫ ହୋଇଛନ୍ତି । ଏଥିରେ ଜଣେ ମହିଳା ଥିବା ସୂଚନା ମିଳିଛି ।

ଜବତ ସାମଗ୍ରୀ ମଧ୍ୟରେ ୩ଟି ପିସ୍ତଲ ଓ ୧୧ ଅଫୁଟା ଗୁଳି ଓ ମାରଣାସ୍ତ୍ର ସହ ୪ଲକ୍ଷ ୩୨ ହଜାର ଟଙ୍କା ଓ ସାଢେ ୩ କୋଟି ଟଙ୍କାର ୬ କେଜି ୧୨୦ଗ୍ରାମ ସୁନା ଗହଣା ରହିଛି । ଗତ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଆତଙ୍କ ଖେଳାଇ ଡକାୟତି କରିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ୫୨୮ ପ୍ୟାକେଟ ସୁନା ଗହଣା ଓ ୬ ଲକ୍ଷ ୪୦ହାଜର ଟଙ୍କା ଲୁଟି ନେଇଥିଲେ । ପରଜଙ୍ଗ ଥାନାର ଦୁଇଟି ଡକାୟତି ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି ଏହି ଲୁଟେରା ଗ୍ୟାଙ୍ଗ ।

ଏହା ବି ପଢନ୍ତୁ...ଗ୍ରାମ୍ୟ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ, ସୁନା ଓ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ଏହି ଡକାୟତି ଘଟଣାରେ ପୋଲିସ ଢେଙ୍କାନାଳ ଅନୁଗୋଳ ଓ ତାଳଚେର ଆଦି ରାଜ୍ୟର ବିଭିନ୍ନ ଜାଗାରେ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଲୁଟେରା ରହିଥିବା ଜଣାପଡିଛି । ପୋଲିସ ତାଙ୍କ ଠାରୁ ଲୁଟ କରିଥିବା ଗହଣା ମଧ୍ୟରୁ ୬ କିଲୋ ୧୨୦ ଗ୍ରାମ ସୁନା ଗହଣା ଓ ୪ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଉଦ୍ଧାର ସୁନା ଅଳଙ୍କାରର ମୂଲ୍ୟ ସାଢ଼େ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଲୁଟ ଘଟଣାରେ ବ୍ୟବହୃତ କରିଥିବା ଗୋଟିଏ ବୋଲେରୋ ଓ ୫ଟି ଦାମୀ ବାଇକ ଜବତ କରିଛି । ଭୁଜାଲି ଖଣ୍ଡା ଆଦି ମାରଣାସ୍ତ୍ର ଓ ୨୬ଟି ମୋବାଇଲ ଜବତ କରିଛି ପୋଲିସ ।

ଗିରଫ ମାନଙ୍କ ମଧ୍ୟରେ ପରଜଙ୍ଗ କନ୍ଦରସିଂ ହା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଥିବା ବେଳେ ଅନୁଗୁଳ ବନରପାଳ, ବିକ୍ରମପୁର, ଠାକୁରଗଡ଼ର ୮ଜଣ ରହିଥିଲା ଜଣାପଡିଛି । ପ୍ରକାଶ ଥାଉକି, ଗତ ୩ତାରିଖରେ ଦିନ ଦ୍ବିପ୍ରହରରେ ମହାବିରୋଡ଼ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମହାବିରୋଡ଼ ଶାଖାରେ ୫ଜଣ ମୁଖ ପିନ୍ଧା ଲୁଟେରା ପଶିଥିଲେ । ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ 528 ପ୍ୟାକେଟ ସୁନା ଗହଣା ଓ ୬ଲକ୍ଷ ୪୦ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ତତ୍ୱବାଧାନରେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଥିଲେ । ଏହି ଗ୍ରାମ୍ୟ ବ୍ୟାଙ୍କ ଲୁଟ ସିସିଟିଭି ଫୁଟେଜକୁ ଆଧାର କରି ବିଭିନ୍ନ ଜାଗାରେ ଚଢ଼ାଉ କରିବା ପରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.