ETV Bharat / state

JEE-NEET ପାଇଁ ପ୍ରସ୍ତୁତ ଢେଙ୍କାନାଳ ଜିଲ୍ଲା ପ୍ରଶାସନ

author img

By

Published : Aug 31, 2020, 5:34 PM IST

ଜେଇ ମେନ ଓ ନିଟ୍ ପରୀକ୍ଷା ପାଇଁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଢେଙ୍କାନାଳରେ ଦୁଇଟି ପରୀକ୍ଷା କେନ୍ଦ୍ର ରହିଛି ।

JEE-NEET ପାଇଁ ପ୍ରସ୍ତୁତ ଢେଙ୍କାନାଳ ଜିଲ୍ଲା ପ୍ରଶାସନ
JEE-NEET ପାଇଁ ପ୍ରସ୍ତୁତ ଢେଙ୍କାନାଳ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ: ଜେଇ ମେନ ଓ ନିଟ୍ ପରୀକ୍ଷା ପାଇଁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଢେଙ୍କାନାଳରେ ଦୁଇଟି ପରୀକ୍ଷା କେନ୍ଦ୍ର ରହିଛି । ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ ୨ ହଜାର 1 ଶହ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସେଣ୍ଟର ହୋଇଥିବା ସିନର୍ଜୀ ଇଞ୍ଜିନିୟରିଂ କଲେଜରେ ୧୨୦ ଓ ବଳଦିଆବନ୍ଧସ୍ଥିତ ଓଡିଶା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓଆଇଇଟିରେ ୮୨ ଜଣ ଲେଖାଏଁ ପିଲା ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସାମାଜିକ ଦୂରତା ସାଙ୍ଗକୁ କୋଭିଡ ଗାଇଡଲାଇନ ମଧ୍ୟରେ ପରୀକ୍ଷା କରିବାକୁ ଉଦ୍ୟମ କରାଯାଇଛି ।

ପରୀକ୍ଷାର୍ଥୀମାନେ କିପରି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ, ଏହାସହ ସେମାନଙ୍କ ରହିବା ଓ ଯିବା ଆସିବା ଆଦି ପରିବହନ ଠାରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚାରୁରୂପେ ପରିଚାଳନା କରାଯାଉଛି । ଏଥିପାଇଁ ଢେଙ୍କାନାଳ ଉପଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବେ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଥିବା ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.