ETV Bharat / state

ପୌର ଭୋଟ ପାଇଁ ପ୍ରସ୍ତୁତ ଢେଙ୍କାନାଳ ପ୍ରଶାସନ

author img

By

Published : Mar 23, 2022, 5:24 PM IST

ଢେଙ୍କାନାଳ ପୌରପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ମୋଟ ୫୧ହଜାର ୧୬୧ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ତେବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହେବ ବୋଲି ଆଶା ପୋଷଣ କରିଛନ୍ତି ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଢେଙ୍କାନାଳ ପୌର ନିର୍ବାଚନ ଭୋଟ ଗ୍ରହଣ ପାଇ ପ୍ରଶସନର ପ୍ରସ୍ତୁତି ଶେଷ

ଢେଙ୍କାନାଳ: ଚଳିତ ପୌରନିର୍ବାଚନ ପାଇଁ ଆସନ୍ତାକାଲି(ଗୁରୁବାର) ମତଦାନ ହେବ । ଢେଙ୍କାନାଳ ପୌରପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ମୋଟ ୫୧ହଜାର ୧୬୧ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ମତଦାନ କାର୍ଯ୍ୟ ଚାଲିବ । ତେବେ ମୋଟ ୫୩ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ୧୯ବୁଥ ସମ୍ବେଦନଶୀଳ ବୁଥ ରହିଛି । ଏହା ବ୍ୟତୀତ ୪ଟି ବୁଥ ଅତି ସମ୍ବେଦନଶୀଳ ରହିଥିବାବେଳେ ଏହି ବୁଥ ଗୁଡିକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

ଅପରପକ୍ଷରେ ଜର୍ଜ ସ୍କୁଲର ସମସ୍ତ ୩ଟି ବୁଥକୁ ମଡେଲ ବୁଥ କରାଯାଇଥିବାବେଳେ କୁଞ୍ଜକାନ୍ତ ସ୍କୁଲର ୩ଟି ବୁଥକୁ ପିଙ୍କ ବୁଥ ଭାବେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସମସ୍ତ ପୁଲିଙ୍ଗ ପାର୍ଟି ସେମାନଙ୍କର ଇଭିଏମକୁ ନିର୍ବାଚନ ଅଧିକାରୀ ତଥା ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗ୍ରହଣ କରି ସମସ୍ତ ବୁଥକୁ ପହଂଚି ସାରିଥିବା ଜଣାପଡିଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହେବ ବୋଲି ଆଶା ପୋଷଣ କରିଛନ୍ତି ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.