ETV Bharat / state

Panchayat Poll: ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Feb 17, 2022, 8:28 PM IST

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି (ଶୁକ୍ରବାର) ହେଉଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକର ୩୦ ଟି ଓ ଓଡପଡା ବ୍ଲକର ୨୮ ଟି ଏପରି ୫୮ ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ଅଧିକ ପଢନ୍ତୁ

ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଢେଙ୍କାନାଳ: ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ଢେଙ୍କାନାଳ ସଦର ଓ ଓଡପଡା ବ୍ଲକର ୮୧୮ ଟି ବୁଥରେ ୨ ଲକ୍ଷ ୨୮ ହଜାର ୫୮୯ ଭୋଟର ମତଦାନ ଦେବେ ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି (ଶୁକ୍ରବାର) ହେଉଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକର ୩୦ ଟି ଓ ଓଡପଡା ବ୍ଲକର ୨୮ ଟି ଏପରି ୫୮ ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଉଭୟ ବ୍ଲକର ୮୧୮ ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୧୫ ଟି ବୁଥ ସମ୍ବେଦନଶୀଳ ରହିଛି । ଫଳରେ ଉଭୟ ବ୍ଲକର ବ୍ଲକ କାର୍ଯ୍ୟାଳୟରୁ ପୁଲିଂ ପାର୍ଟି ମାନେ ଗତ ରାତିରୁ ବାଲଟ ବକ୍ସ ଓ ଅନ୍ୟାନ୍ୟ ସାରସରଞ୍ଜାମ ନେଇ ନିଜ ନିଜ ଗନ୍ତବ୍ୟସ୍ଥଳ ତଥା ବୁଥକୁ ଯାଇ ପ୍ରସ୍ତୁତି କରୁଛନ୍ତି ।

ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହି ଦୁଇଟି ବ୍ଲକ ର ୨ ଲକ୍ଷ ୨୮ ହଜାର ୫୮୯ ଜଣ ଭୋଟର ରହିଛନ୍ତି। ଉଭୟ ବ୍ଲକର ୭ ଟି ଜିଲ୍ଲା ପରିଷଦ ଜୋନ ରହିଛି । ତେବେ ୧ ହଜାର ୩୪ ଜଣ ୱାର୍ଡ ମେମ୍ବର, ୨୫୬ ଜଣ ସମିତି ସଭ୍ୟ, ୨୯୨ ଜଣ ସରପଞ୍ଚ ଓ ୨୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.