ETV Bharat / state

ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲା, ପ୍ରମାଣ ଅଭାବରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ନବଘନ ସାହୁ ହତ୍ୟା ମାମଲା

ବହୁ ଚର୍ଚ୍ଚିତ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ନବଘନ ସାହୁ ହତ୍ୟା ମାମଲା ଢେଙ୍କାନାଳ ଜିଲ୍ଲା ଏଡିଜେ କୋର୍ଟଙ୍କ ରାୟ ପ୍ରକାଶ । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଫେରାର ଥିବା ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ଅଧିକ ପଢନ୍ତୁ

ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ନବଘନ ସାହୁ ହତ୍ୟା ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Mar 10, 2022, 7:37 PM IST

ଢେଙ୍କାନାଳ: ବହୁ ଚର୍ଚ୍ଚିତ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ନବଘନ ସାହୁ ହତ୍ୟା ମାମଲା ଢେଙ୍କାନାଳ ଜିଲ୍ଲା ଏଡିଜେ କୋର୍ଟଙ୍କ ରାୟ ପ୍ରକାଶ । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଫେରାର ଥିବା ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ତେବେ ଢେଙ୍କାନାଳ ଏଡିଜେ କୋର୍ଟ ଆଜି ରାୟ ପ୍ରକାଶ କରି ଏହି ମାମଲାର ଫେରାର ଥିବା ଅଭିଯୁକ୍ତ ଗଞ୍ଜରା ଗ୍ରାମର ରଞ୍ଜନ ନାୟକ ଓ ଜିତେନ୍ଦ୍ର ଧୀର ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ନବଘନ ସାହୁ ହତ୍ୟା ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ସୂଚନା ଅନୁସାରେ, ଗତ ୨୦୧୧ ମଇ ୧୪ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଥିବା ନବଘନ ସାହୁଙ୍କୁ ଗଞ୍ଜରା ନିକଟରେ ସ୍କର୍ପିଓ ଗାଡି ଧକ୍କା କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଅମୀୟ ରଞ୍ଜନ ରାଉତ ଓ ଜିତେନ୍ଦ୍ର ସାହୁ । କୋର୍ଟ ତାଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ସେପଟେ ଅନ୍ୟ ଦୁଇ ଅଭିଯୁକ୍ତ ଗଞ୍ଜରା ଗ୍ରାମର ଜିତେନ୍ଦ୍ର ଧୀର ଓ ରଞ୍ଜନ ନାୟକ ଫେରାର ଥିଲେ । ଏହି ମାମଲା ଢେଙ୍କାନାଳ ଏଡିଜେ କୋର୍ଟରେ ବିଚାର ଚାଲିଥିଲା । ମାତ୍ର ସାକ୍ଷ୍ୟ ପ୍ରମାଣ ଅଭାବରୁ ଫେରାର ଦୁଇ ଅଭିଯୁକ୍ତଙ୍କ ରଞ୍ଜନ ନାୟକ ଓ ଜିତେନ୍ଦ୍ର ଧୀର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.