ETV Bharat / state

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ, ରାଜରାସ୍ତାରେ ଶହଶହ ଛାତ୍ରଛାତ୍ରୀ - dhenkanal autonomus college student protest

ଢେଙ୍କାନାଳ ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ ଛାତ୍ରଛାତ୍ରୀ । 2ଘଣ୍ଟା ଧରି ରାସ୍ତା ରୋକ୍‌ କରିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ
author img

By

Published : Nov 1, 2019, 5:54 PM IST

ଢେଙ୍କାନାଳ: ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଛାତ୍ରଛାତ୍ରୀ । 2ଘଣ୍ଟା ଧରି ରାସ୍ତା ରୋକ ଯୋଗୁଁ ଯାନବାହନ ଚଳାଚଳରେ ପ୍ରଭାବିତ । ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ବିରୋଧରେ ଢେଙ୍କାନାଳ ସ୍ବଂୟ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ଆନ୍ଦୋଳନ କରିଛନ୍ତି । ଫଳରେ ବେଶ୍ କିଛି ଘଣ୍ଟା ପାଇଁ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ବଂୟ ଶାସିତ ମାନ୍ୟତା ପ୍ରତ୍ୟାହାରକୁ ବିରୋଧ

ସୂଚନା ଅନୁସାରେ, ଢେଙ୍କାନାଳ ମହାବିଦ୍ୟାଳୟରୁ ସ୍ବଂୟ ଶାସିତ ମାନ୍ୟତା ହଟାଇବା ନେଇ ଚିଠି ଆସିବା ଜାଣି ପାରି ଆନ୍ଦୋଳନକୁ ଓହ୍ଲାଇଥିଲେ ମହାବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ମହାବିଦ୍ୟାଳୟଟି ୧୯୫୯ ମସିହାରୁ ସ୍ଥାପିତ । ଯାହାକି ଅବିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଓ ସର୍ବପୁରାତନ କଲେଜ । କଲେଜର ସୁନାମ ଓ ଶିକ୍ଷାଗତ ମାନର ଫଳାଫଳକୁ ନେଇ ଗତ ୨୦୦୨ ମସିହାରୁ ଏହାକୁ ସ୍ବଂୟ ଶାସିତ ମାନ୍ୟତା ମିଳିଥିଲା ।

ମାତ୍ର ବିଗତ କିଛି ବର୍ଷ ଧରି କଲେଜ କର୍ତ୍ତପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୬୦ଜଣ ସ୍ଥାୟୀ ଅଧ୍ୟାପକଙ୍କ ମଧ୍ୟରୁ ମାତ୍ର ୨୬ଜଣ ରହିଛନ୍ତି । ଖାଲି ସେତିକି ନୁହେଁ ଉପସ୍ଥାପନ କ୍ରମଶଃ ହ୍ରାସ ପାଉଛି । ଫଳରେ ବାରମ୍ବାର ତାଗିଦ ପରେ ଶେଷରେ କଲେଜରୁ ସ୍ବୟଂ ଶାସିତ ମାନ୍ୟତା ପ୍ରତ୍ୟାହାର ପାଇଁ ଉଚ୍ଚ କତୃପକ୍ଷଙ୍କ ଚିଠି ଦେଇଛନ୍ତି । ଯାହାକୁ ଜୋରଦାର ବିରୋଧ କରି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।

ଖବରପାଇ ଘଟଣାସ୍ଥଳକୁ ଟାଉନ ଥାନା ଅଧିକାରୀ ଓ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପହଞ୍ଚି ୨୪ ଘଣ୍ଟା ସମୟ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅଟୋନମସ ପ୍ରତ୍ୟାହାରର ପ୍ରତିବାଦ/ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଢେଙ୍କାନାଳ ଅଟୋନମସ୍ କଲେଜର ଛାତ୍ରଛାତ୍ରୀ/ପ୍ରଶାସନର ୨୪ଘଣ୍ଟା ମହଲତ ପରେ ଓହରିଲେ ଛାତ୍ରଛାତ୍ରୀ/୨ଘଣ୍ଟାଧରି ସହର ମୁଖ୍ୟ ରାସ୍ତା ବନ୍ଦ ନେଇ ଲୋକେ ନାକେ ଦମ

ଆଙ୍କର-ଢେଙ୍କାନାଳ ସ୍ବଂୟ ଶାସିତ ମହାବିଦ୍ୟାଳୟରୁ୨୦୧୯-୨୦ବର୍ଷରୁ ଅଟୋନମସ୍ ପ୍ରତ୍ୟାହାର ପାଇଁ ବଭାଗୀୟ ଉଚ୍ଚ କତୃପକ୍ଷଙ୍କ ଚିଠି ଆସିବା ପରେ କଲେଜରେ ଚାପା ଉତ୍ବେଜନା ପ୍ରକାଶ ପାଇଛି। ଏପରିକି ଶୁକ୍ରବାର କଲେଜର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଲେଜରୁ ଅଟୋନମସ୍ ପ୍ରତ୍ୟାହାରକୁ ପ୍ରତିବାଦ କରି ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ସହର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ଦେଇଥିଲେ ।ତେବେ ଜିଲ୍ଲା ପ୍ରଶାସନ ୨୪ଘଣ୍ଟା ମହଲତ ନେଇ ସମାଧାନ ପାଇଁ ପ୍ରତିଶୃତି ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।Body:ଭିଓ-୧: ୧୯୫୯ ମସିହାରୁ ସ୍ଥାପିତ ଏହି ଢେଙ୍କାନାଳ କଲେଜ ଅବିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଓ ସର୍ବପୁରାତନ କଲେଜ। କଲେଜର ସୁନାମ ଓ ଶିକ୍ଷାଗତ ମାନର ଫଳାଫଳ ତଥା ଉଚ୍ଚ କୋଟିର ଭିତିଭୂମିକୁ ନେଇ ଗତ ୨୦୦୨ ମସିହାରୁ ଏହାକୁ ଅଟୋନମସର ମାନ୍ୟତା ମିଳିପାଥିଲା ।ମାତ୍ର ବିଗତ କିଛି ବର୍ଷ ଧରି କଲେଜ କତ୍ତୃପକ୍ଷଙ୍କ ଖାମଖିଆଲି ହେଉ ବା ଉଚ୍ଚ ଶିକ୍ଷା ବିଭାଗର ଏହି କଲେଜ ପ୍ରତି ବୈମାତୃକ ମନୋଭାବ ହେଉ।କଲେଜରେ ଏବେ ଅତିକମରେ ୬୦ଜଣ ସ୍ଥାୟୀ ଅଧ୍ୟାପକଙ୍କ ମଧ୍ୟରୁ ମାତ୍ର ୨୬ଜଣ ରହିଛନ୍ତି।କଲେଜରେ ସ୍ମାର୍ଟ କ୍ଲାସ ହେବା କଥା କିନ୍ତୁ ହେଉନାହିଁ।ପିଲା ଉପସ୍ଥାପନ କ୍ରମଶଃ ହ୍ରାସ ପାଉଛି ।ଫଳରେ ବାରମ୍ବାର ତାଗିଦ ପରେ ଶେଷରେ କଲେଜରୁ ଅଟୋନମସ ପ୍ରତ୍ୟାହାର ପାଇଁ ଉଚ୍ଚ କତୃପକ୍ଷଙ୍କ ଚିଠି ଦେଇଥିବା ଜଣାପଡିଛି। ମାତ୍ର କଲେଜ ଛାତ୍ରଛାତ୍ରୀଙ୍କୁ ମୋହରା କରି ନିଜ ଦୋଷକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି କଲେଜ କତ୍ତୃପକ୍ଷ।
ବାଇଟ-୧:ଡଃ ରଶ୍ମୀ ମିଶ୍ର,ଭାରପ୍ରାପ୍ତ ଅଧ୍ୟକ୍ଷା,ଢେଙ୍କାନାଳ ଅଟୋନମସ କଲେଜ
ଭିଓ-୨: କଲେଜରୁ ଅଟୋନମସ୍ ପ୍ରତ୍ୟାହାର ପାଇଁ ଚିଠି ଆସିବା ଜଜାଣିପାରି ଆଜି କଲେଜର ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ସହର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ।କଲେଜରୁ ଆଟୋନମସ୍ ପ୍ରତ୍ୟାହାର ସେମାନଙ୍କର ସମ୍ମାନର ପ୍ରଶ୍ନ ବୋଲି କହି ଜିଦରେ ରହିଥିଲେ।କଲେଜରୁ ଅଟୋନମସ୍ ପ୍ରତ୍ୟାହାର ନିଷ୍ପତିକୁ ସରକାର ନ ବଦଳେଇବା ଘୋଷଣା କରିବା ଯାଏ ଏହି ଆନ୍ଦୋଳନ ଚାଲୁରଖିବା ଜିଦରେ ରହିଥିଲେ।
ବାଇଟ-୨:ବର୍ଷାରାଣୀ ନୟକ,ଆନ୍ଦୋଳନକାରୀ କଲେଜଛାତ୍ରୀ
ବାଇଟ-୩:ସନ୍ତୋଷ ସାହୁ,ଢେଙ୍କାନାଳ କଲେଜ ଛାତ୍ର
ଭିଓ-୩: ଖବରପାଇ ଘଟଣାସ୍ଥଳକୁ ଟାଉନ ଥାନା ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପହଞ୍ଚି ଥିଲେ। ମାତ୍ର କଲେଜ ପିଲାଙ୍କ ଜିଦ ଆଗରେ ସେମାନଙ୍କର ବୁଝାସୁଝା ଫିକା ପଡିଯାଇଥିଲା।ପରେ ପ୍ରଶାସନ ପକ୍ଷରୁ୨୪ ଘଣ୍ଟା ସମୟ ମହଲତ ନେଇ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ପରେ ଆନ୍ଦୋଳନ ହଟିଥିଲା।
ବାଇଟ-୪:ସାଫଲ୍ୟ ମଣ୍ଡିତ ପ୍ରଧାନ,ଉପଜିଲ୍ଲାପାଳ,ଢେଙ୍କାନାଳ
Conclusion:ଫାଭିଓ: କଲେଜ ଛାତ୍ରଛାତ୍ରୀମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ସହର ମୁଖ୍ୟ ରାସ୍ତାରେ ସାଧାରଣ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା।ଫଳରେ ଦିର୍ଘ ଦୁଇ ଘଣ୍ଟା ଧରି ଲୋକମାନେ ନାକେ ଦମ ହୋଇଥିଲେ ।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଅପେକ୍ଷାରେ ରରହିଛନ୍ତି କଲେଜର ଛାତ୍ରଛାତ୍ରୀ। ଢେଙ୍କାନାଳରୁ ଉର୍ମିଳା ପାତ୍ର । ଇଟିଭି ଭାରତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.