ଢେଙ୍କାନାଳ: ରାଣିବଣିଆ ବେଆଇନ ମୁଗୁନି ପଥର ଖାଦାନରେ ପ୍ରଶାସନର ଚଢାଉ । 2 ଏସ୍କ୍ୱାଭେଟର ସହ 7 ଟ୍ରକକୁ ଜବତ କଲା ପ୍ରସାଶନ । ଘଟଣା ସ୍ଥଳରୁ ପଥର ମାଫିଆ ଫେରାର । ଢେଙ୍କାନାଳ ସଦର ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ବରେ ରାଜସ୍ବ କର୍ମଚାରୀ କରିଥିଲେ ଚଢଉ ।
ଏଥିରେ ବେଆଇନ ଖଦାନରେ ଚୋରା ପଥର ଚାଲାଣ ବେଳେ ଧରାପଡିଲା ଟ୍ରକ । ଘଟଣାସ୍ଥଳରୁ 2 ଏସ୍କ୍ୱାଭେଟର ସହ 7 ଟ୍ରକକୁ ଜବତ ହୋଇଥିବା ଜଣାପଡିଛି । ସୁଯୋଗ ପାଇ ଘଟଣାସ୍ଥଳରୁ ଫେରାର ହେଲେ ପଥର ମାଫିଆ । ପ୍ରଶାସନ ପକ୍ଷରୁ ଏନେଇ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ