ETV Bharat / state

5 ପ୍ଲାଜମା ଡୋନରଙ୍କୁ ସମ୍ବର୍ଦ୍ଧିତ କଲା ଢେଙ୍କାନାଳ ପ୍ରଶାସନ - ପ୍ଲାଜମା ଦାନ

ଢେଙ୍କାନାଳ ଜିଲ୍ଲା ସଦଭାବନା ଗୃହଠାରେ ୫ଜଣ ପ୍ଳାଜମା ଡୋନରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

plasma donor people
ଉତ୍ତରୀୟ ଓ ମାନପତ୍ର ଦେଇ ପ୍ଲାଜମା ଦାନକାରୀଙ୍କୁ ମ୍ବର୍ଦ୍ଧିତ
author img

By

Published : Oct 7, 2020, 5:25 PM IST

ଢେଙ୍କାନାଳ: କୋରୋନା ଚିକିତ୍ସାରେ ଅନେକ ସହାୟକ ହୋଇଛି ପ୍ଲାଜମାଦାନ ପଦ୍ଧତି । ତେବେ ଢେଙ୍କାନାଳ ଜିଲ୍ଲା ସଦଭାବନା ଗୃହଠାରେ ୫ଜଣ ପ୍ଳାଜମା ଡୋନରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

plasma donor people
ଉତ୍ତରୀୟ ଓ ମାନପତ୍ର ଦେଇ ପ୍ଲାଜମା ଦାନକାରୀଙ୍କୁ ମ୍ବର୍ଦ୍ଧିତ

ଢେଙ୍କାନାଳ ଜିଲ୍ଲା ଭୁବନର ୫ଜଣ କୋରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିବାକୁ ଉତ୍ସାହିତ ହୋଇଥିଲେ। ସେମାନଙ୍କର ଉତ୍ସାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ସମସ୍ତେ କଟକ ଏସସିବିରେ ପ୍ଲାଜମା ଦାନ କରି ଫେରିଛନ୍ତି।

ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନେ ହେଲେ ଭୁବନ ଏନଏସିର କୌଳାଶ ଚନ୍ଦ୍ର ସାହୁ, ଆଶିଷ କୁମାର ସାହୁ, ଅମ୍ବୁଜ ସାହୁ, ପ୍ରଣୟ ଚୌଧୁରୀ ଓ ଅନିତା ସାହୁ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠି, ଆପାତ କାଳିନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.