ETV Bharat / state

ଆଜି ଜନ୍ମାଷ୍ଟମୀ: ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭକ୍ତ - dhenkanal district news

ଢେଙ୍କାନାଳସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ । 2 ବର୍ଷ ପରେ ଜନ୍ମାଷ୍ଟମୀରେ ଭଗବାନଙ୍କୁ ସ୍ବଚକ୍ଷୁରେ ଦର୍ଶନ କରି ବିଭୋର ହେଲେ ଭକ୍ତ । ଅଧିକ ପଢନ୍ତୁ...

ଆଜି ଜନ୍ମାଷ୍ଟମୀ , ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭକ୍ତ

author img

By

Published : Aug 30, 2021, 8:53 PM IST

ଢେଙ୍କାନାଳ : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଢେଙ୍କାନାଳ ସହରସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମାନସିକଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଗତ 2ବର୍ଷ ଧରି କୋଭିଡ କଟକଣା ଯୋଗୁଁ ପ୍ରଭୁଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବାରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ମାତ୍ର ଏବେ କୋଭିଡ କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରଦ୍ଧାଳୁ ଆଜି ମନ୍ଦିରରେ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଛନ୍ତି ।

ଆଜି ଜନ୍ମାଷ୍ଟମୀ , ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ଭକ୍ତ

ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମନ୍ଦିର ପରିସରରେ ଭିଡ ଏଡାଇବା ପାଇଁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ଆଜି ମନ୍ଦିରର ଗର୍ଭଗୃହକୁ ପ୍ରବେଶ ନିଷେଧ କରାଯାଇଛି । ଭକ୍ତମାନେ ବାହାରୁ ପ୍ରଭୁଙ୍କୁ ଦର୍ଶନ କରିବା ସହ ଦୀପ ଜାଳି ପରିବାରର ମଙ୍ଗଳ ମନାସିଥିଲେ । ସେପଟେ ମନ୍ଦିର ନିକଟରେ ଦିନ ଦରିଦ୍ର ଓ ଭିକ୍ଷୁକଙ୍କୁ ଅନ୍ନ ଭୋଜନ ସାଙ୍ଗକୁ ଦାନ ଦକ୍ଷିଣା ଦେଇଥିଲେ ଭକ୍ତ । ଦରିଦ୍ର ନାରାୟଣଙ୍କ ସେବା କଲେ ଭଗବାନ ସନ୍ତୁଷ୍ଟ ହେବେ ବୋଲି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.