ଢେଙ୍କାନାଳ: ଆଜି(ବୁଧବାର) ଢେଙ୍କାନାଳ ସହରର ପାଣିଓହଳା ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହ ଠାବ ହୋଇଛି । ଖବର ପାଇ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ ଦେହଟି ପଚି ଯାଇଥିବା ବେଳେ ଏହା ଜଣେ ଯୁବକର ହୋଇଥିବା ଜଣାପଡିଛି । କିନ୍ତୁ ଏ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସହରର ଦେଉଳସାହି ନିକଟ ପାଣିଓହଳା ପାହଡରେ ଥିବା ହନୁମାନ ମନ୍ଦିର ନିକଟରେ ଏହି ମୃତଦେହ ଦେଖିବାକୁ ମିଳିଥିଲା । ଏକ ଗଛରେ ମୃତଦେହଟି ଝୁଲନ୍ତା ଅବସ୍ଥାରେ ରହିଥିଲା । ଏଥିରୁ ପଚା ଦୁର୍ଗନ୍ଧ ବାହାରୁଥିଲା । ଏନେଇ ଟାଉନ ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ଛାନଭିନ ଆରମ୍ଭ କରିଛି ।
ଇଟିଭି ଭାରତ, ଢେଙ୍କାନାଳ