ଢେଙ୍କାନାଳ: ଟ୍ରେନ ଲାଇନ କଡରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ । ଢେଙ୍କାନାଳ ଶ୍ୟାମଚରଣପୁର ପିଏଚ ନିକଟ ଟ୍ରେନ ଲାଇନରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କଲା ପୋଲିସ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରେଗେଡା ଗ୍ରାମର ସ୍ୱାଧୀନ ବେହେରା ବୋଲି ଜଣାପଡିଛି ।
ଗତକାଲିଠୁ ଯୁବକ ଜଣଙ୍କ କେଉଁ ଆଡେ ନିଖୋଜ ହୋଇଯାଇଥିବା ବେଳେ ଆଜି ସକାଳ ସମୟରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲା । ତେବେ ଯୁବକ ଜଣଙ୍କ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ରେଲୱେ ଜିଆରପିକୁ ସୂଚନା ଦେଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ