ETV Bharat / state

ବଢୁଛି ସଂକ୍ରମଣ; ଲଗାମହୀନ ଅମାନିଆ, ବେଫିକର ପ୍ରଶାସନ - ଢେଙ୍କାନାଳ କୋରୋନା ପ୍ୟାକେଜ

ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାବେଳେ ଢେଙ୍କାନାଳରେ ବେଲଗାମ୍ ହୋଇଛି ସଂକ୍ରମଣ । ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଢେଙ୍କାନାଳରେ ଦ୍ବିତୀୟ ଲହର ସଂକ୍ରମଣ ବ୍ୟାପକ ହେଉଛି । ରାସ୍ତା ଉପରେ ମାଳ ମାଳ ଗାଡି ଯାତାୟତ କରୁଥିବାବେଳେ ବଜାରଘାଟ ମଧ୍ୟ ସବୁଠି ଲୋକଙ୍କ ଗହଳି ଲାଗୁଛି । ଯାହା ଜିଲ୍ଲାବାସୀଙ୍କୁ ବିପଦ ମୁହାଁ କରିଛି । ଅଧିକ ପଢନ୍ତୁ...

ବଢୁଛି ସଂକ୍ରମଣ; ଲଗାମହୀନ ଅମାନିଆ, ବେଫିକର ପ୍ରଶାସନ

author img

By

Published : Jun 11, 2021, 9:03 PM IST

ଢେଙ୍କାନାଳ: ରାସ୍ତା ଉପରେ ଗଡୁଛି ମାଳ ମାଳ ଗାଡି । ବଜାର ଘାଟ ସବୁଠି ଲୋକଙ୍କ ନାହିଁ ନଥିବା ଭିଡ । ଗହଳି ଏମିତି ଯେ କୌଣସି ରାଲି କିମ୍ବା ମେଳା ଭଳି ମନେ ହେଉଛି । ରାଜ୍ୟରେ ଲକଡାଉନ କଟକଣା ବଳବତ୍ତର ରହିଥିବାବେଳେ କଟକଣା ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଢେଙ୍କାନାଳରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଲୋକମାନେ ଖୁଲମଖୁଲା ନିୟମ ଉଲ୍ଲଙ୍ଘନ କରୁଥିବାବେଳେ ଛକ ଛକରେ ଜଗିଥିବା ପୋଲିସ କେବଳ ଦେଖଣାହାରୀ ସାଜିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଫୁଙ୍ଗୁଳା କଟକଣାର ଏହି ଦୃଶ୍ୟ ଜିଲ୍ଲାର କୋଭିଡ ସ୍ଥିତିରେ ପ୍ରତିଫଳିତ ହେଉଛି । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ଅନ୍ୟପଟେ ଅମାନିଆ ଓ ପ୍ରଶାସନର ବେଫିକର ମନୋଭାବ ଯୋଗୁଁ ବର୍ତ୍ତମାନ ଢେଙ୍କାନାଳରେ ଉତ୍କଟ ହେଉଛି କୋରୋନା ।

ବଢୁଛି ସଂକ୍ରମଣ; ଲଗାମହୀନ ଅମାନିଆ, ବେଫିକର ପ୍ରଶାସନ

ଚଳିତ ବର୍ଷ ଅର୍ଥାତ ମହାମାରୀର ଦ୍ୱିତୀୟ ଲହରରେ ଜିଲ୍ଲାର ସ୍ଥିତି ବେଶ୍ ଜଟିଳ ହେବାରେ ଲାଗିଛି । ଗତବର୍ଷ ଢେଙ୍କାନାଳରେ 21 ହଜାର 5586 ଜଣଙ୍କର ଟେଷ୍ଟ କରାଯାଇ 5 ହଜାର 744 ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲା ପ୍ରଶାସନର କଟକଣା ଯୋଗୁଁ ପ୍ରଥମ ଲହରରେ ସଂକ୍ରମଣ ହାର ମାତ୍ର 2.65 ପ୍ରତିଶତ ଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ ଗତ ମାତ୍ର ଦୁଇ ମାସରେ ସ୍ଥିତିକୁ ସମୀକ୍ଷା କଲେ, ମୋଟ 97ହଜାର 909 ଜଣଙ୍କର ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 10 ହଜାର 805 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଫଳରେ ଏହି ଦ୍ୱିତୀୟ ଲହରରେ ସଂକ୍ରମିତ ହାର ଶତକଡା 11.03 ପ୍ରତିଶତ ରହିଛି । ଅପରପକ୍ଷରେ ଗତ ବର୍ଷ ମୋଟ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦ୍ୱିତୀୟ ଲହରର ମାତ୍ର ଦୁଇ ମାସରେ 15 ଜଣଙ୍କର ଜୀବନ ନେଲାଣି ଏହି ମହାମାରୀ । ଯାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ବୁଦ୍ଧିଜୀବୀ । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାବେଳେ ଢେଙ୍କାନାଳ ଜିଲ୍ଲାରେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ସେପଟେ କୋଭିଡ ଟେଷ୍ଟିଂ ଟ୍ରାକିଂକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାରେ କୋଭିଡ ପରିଚାଳନା ସଠିକ ଭାବେ ଚାଲୁଥିବା ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଚାରିଆଡେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଥିବା ବେଳେ ଢେଙ୍କାନାଳରେ କିନ୍ତୁ ଫୁଙ୍ଗୁଳା ପଡିଛି କଟକଣା । ପ୍ରଶାସନ ସମ୍ପୂର୍ଣ୍ଣ ବେଫିକର ହୋଇଯାଇଛି । ଫଳରେ ବଜାର ଘାଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଅମାନିମାନେ ବେଧଡକ ଭାବେ କୋରୋନା କଟକଣା ଉଲ୍ଲଙ୍ଘନ କରୁଛନ୍ତି । ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ବେଫିକର ମନୋଭାବ ଜିଲ୍ଲାବାସୀଙ୍କୁ ବିପଦ ଆଡକୁ ଟାଣି ନେଉଛି । ଅମାନିଆଙ୍କ ପାଇଁ ମୂଲ୍ୟହୀନ ହୋଇଛି ସବୁ କଟକଣା । ସେପଟେ ପୋଲିସ ବି ଛକ ଜାଗାରେ ଖାଲି ପ୍ରେଜେଣ୍ଟ ପକାଇ କାମ ସାରି ଦେଉଛି । ଫଳରେ ମଶାଣୀରୁ ଲିଭୁ ନଥିବା ଜୁଇ ଏବେ ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.