ETV Bharat / state

ମିଳିଲାନି ଚାରି କାନ୍ଧ, ଦୀର୍ଘ ୭ ଘଣ୍ଟା ପରେ ମୃତଦେହ ସତ୍କାର କଲେ ତହସିଲଦାର - covid Dead body laying in a house

ଢେଙ୍କାନାଳ ଭୁବନରେ ଅଭାବନୀୟ ଘଟଣା । ଦୀର୍ଘ ୭ଘଣ୍ଟା ପରେ ଘରୁ ମୃତଦେହ ନେଇ ସତ୍କାର କଲେ ଭୁବନ ତହସିଲଦାର । ଅଧିକ ପଢନ୍ତୁ ...

ଦୀର୍ଘ ୭ଘଣ୍ଟା ପରେ ମୃତଦେହ ସତ୍କାର କଲେ ତହସିଲଦାର

author img

By

Published : May 10, 2021, 7:45 PM IST

ଢେଙ୍କାନାଳ: କୋଭିଡ ସଂକ୍ରମଣ ଆଶଙ୍କାରେ ପାଖକୁ ଗଲେନି ପରିବାର ଲୋକେ । ମହାମାରୀ କୋରୋନାର ସଂକ୍ରମଣ ଭୟ ହଜାଇ ଦେଉଛି ମାନବିକତା । ଏପରିକି ଘରେ ପଡିରହିଥିଲା ମୃତଦେହ । ମାତ୍ର ସଂକ୍ରମଣ ଆଶଙ୍କାରେ କାନ୍ଧ ଦେଲେ ନାହିଁ ପରିବାର ଲୋକେ । ଆଉ ଦୀର୍ଘ ୭ ଘଣ୍ଟା ପଡିରହିବାପରେ ସ୍ଥାନୀୟ ଭୁବନ ତହସିଲଦାର ପ୍ରଭାସ ବେଉରା ନିଜେ ଆସି ଅନ୍ୟମାନଙ୍କ ସହାୟତାରେ କଲେ ମୃତଦେହ ସତ୍କାର । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ରେଣଦାପାଟଣା ଗ୍ରାମରେ ।

ଦୀର୍ଘ ୭ଘଣ୍ଟା ପରେ ମୃତଦେହ ସତ୍କାର କଲେ ତହସିଲଦାର

କୋଭିଡ ସଂକ୍ରମଣ ଆଶଙ୍କାରେ ହୋମ କ୍ଵରେଣ୍ଟାଇନରେ ଥିବା ଗ୍ରାମର ନିରଞ୍ଜନ ବେହେରା ନାମକ ଜଣେ ୪୫ ବର୍ଷର ବ୍ୟକ୍ତିଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି । ସେ ଗ୍ରୁପ ଫୋର ସିକ୍ବିୁରିଟି ସଂସ୍ଥା ଅଧୀନରେ ଭୁବନେଶ୍ବରର ଏକ ଘରୋଇ କେବୁଲ ସଂସ୍ଥାରେ କାର୍ଯ୍ୟରତ ଥିଲେ । ଆଠ ଦିନ ପୂର୍ବେ କୋରୋନା ପଜିଟିଭ ଆଶଙ୍କାରେ ନିଜ ଘରକୁ ପଳେଇ ଆସିଥିଲେ । ନିଜ ଗାଁକୁ ଆସି ହୋମକ୍ବାରେଣ୍ଟାଇନରେ ରହିଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ମାତ୍ର କୋଭିଡ଼ ସଂକ୍ରମଣ ଆଶଙ୍କାରେ ତାଙ୍କ ପରିବାର ଲୋକେ ତାଙ୍କ ମୃତଦେହ ପାଖ ମାଡିନଥିଲେ । ଖବର ପାଇଁ ସ୍ଥାନୀୟ ସରପଞ୍ଚ ପହଞ୍ଚି ତାଙ୍କ ପାଖରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ପ୍ରକାଶ କରି ଭୁବନ ବ୍ଲକ ବିଡ଼ିଓ ଓ ତହସିଲଦାରଙ୍କୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ୭ ଘଣ୍ଟା ମୃତଦେହ ପଡ଼ିରହିଥିବା ଖବର ପାଇ ଭୁବନ ତହସିଲଦାର ପ୍ରଭାସ ବେଉରା ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ନିଜେ ସଂକ୍ରମଣକୁ ଖାତିର ନକରି କିଟ ପିନ୍ଧି ମୃତଦେହର ଅନ୍ତିମ ସତ୍କାର ପାଇଁ ଆବଶ୍ୟକ ଚାରି କାନ୍ଧରେ ଗୋଟିଏ କାନ୍ଧ ଲଗାଇ ଦେଇଥିବା ଦେଖିବାକୁ ମିଳିଥିଲା ।

ମୃତଦେହକୁ ଗାଁ ଠାରୁ ବହୁ ଦୂରରେ ନେଇ କୋଭିଡ ଗାଇଡ଼ ଲାଇନ ମୁତାବକ ସତ୍କାର କରିଥିବା ଦେଖାଯାଇଥିଲା । ତେବେ ମୃତ ବ୍ୟକ୍ତି କୋଭିଡ ପଜିଟିଭ ବୋଲି ବିଡ଼ିଓଙ୍କ ପାଖରୁ ମିଳିଥିବା ସୂଚନାରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.