ETV Bharat / state

କୋରୋନା ଆତଙ୍କ, ପରିବା ମାର୍କେଟ ଓ ମେଡିସିନ ଦୋକାନରେ କଟକଣା

author img

By

Published : Mar 27, 2020, 7:33 AM IST

ଢେଙ୍କାନାଳ ସହରର ଗୁଡିଆନାଳୀସ୍ଥିତ ବିବି ହାଇସ୍କୁଲର ପଡିଆ, ମହିଶାପାଟ, ବାଜିଚୌକସ୍ଥିତ ମିହିର ମନ୍ଦିର ଓ ଅଳସୁଆ ହାଟ ଆଦି ସ୍ଥାନରେ ନୂତନ ଅସ୍ଥାୟୀ ପରିବା ମାର୍କେଟର ଖୋଲାଯାଇଛି । ସେହିପରି ମେଡିସିନ ଓ ତେଜରାତି ଦୋକାନ ଗୁଡିକରେ ସାମାଜିକ ଦୂରତା ବଜାୟ ପାଇଁ ଗ୍ରାହକମାନଙ୍କ ପାଇଁ ଚିହ୍ନ କରାଯାଇଥିବା ଦେଖାଯାଇଛି ।

କରୋନା ଆତଙ୍କ, ପରିବା ମାର୍କେଟ ଓ ମେଡିସିନ ଦୋକାନରେ କଟକଣା

ଢେଙ୍କାନାଳ: ସାରା ଦେଶରେ କେରୋନାକୁ ନେଇ ଭୟ । ଏହାର ମୁକାବିଲା ପାଇଁ ସମସ୍ତେ ଆଣ୍ଟା ଭିଡିଛନ୍ତି । କେରୋନା ନବ୍ୟାପିବା ପାଇଁ ସମସ୍ତଙ୍କର ପ୍ରୟାସ ଜାରି ରହିଛି । ଏପରିକି ଢେଙ୍କାନାଳରେ ପୌରସଂସ୍ଥା ପକ୍ଷରୁ ଅତ୍ୟାବଶ୍ୟକ ଦୈନିକ ପରିବା ମାର୍କେଟରୁ ଜନଗହଳି କମାଇବା ପାଇଁ ଉଦ୍ୟମ କରାଯାଇଛି।

ଫଳରେ ଢେଙ୍କାନାଳ ସହରର ଗୁଡିଆନାଳୀସ୍ଥିତ ବିବି ହାଇସ୍କୁଲର ପଡିଆ, ମହିଶାପାଟ, ବାଜିଚୌକସ୍ଥିତ ମିହିର ମନ୍ଦିର ଓ ଅଳସୁଆ ହାଟ ଆଦି ଯାଗାରେ ନୂତନ ଅସ୍ଥାୟୀ ପରିବା ମାର୍କେଟର ଖୋଲାଯାଇଛି । ସେହିପରି ମେଡିସିନ ଓ ତେଜରାତି ଦୋକାନ ଗୁଡିକରେ ସାମାଜିକ ଦୂରତା ବଜାୟ ପାଇଁ ଗ୍ରାହକମାନଙ୍କ ପାଇଁ ଚିହ୍ନଟ କରାଯାଇଥିବା ଦେଖାଯାଇଛି । ସମସ୍ତଙ୍କ ମଧ୍ୟରେ ଦୂରତ୍ବ ରଖିବାକୁ କରାଯାଇଛି ସଚେତନତା ।

ଏଥିପାଇଁ ଦୋକାନ ସମ୍ମୁଖରେ ଚକରେ ସ୍ବତନ୍ତ୍ର କୋଠରୀ ଟଣାଯାଇଥିଲା । ପ୍ରତ୍ୟେକ କୋଠରୀ ଏକ ମିଟର ଦୂରତା ରକ୍ଷା କରି କରାଯାଇଛି । ଲୋକମାନେ ସେହି କୋଠରୀମାନଙ୍କରେ ଜଣଙ୍କ ପଛରେ ଜଣେ ଛିଡା ହୋଇ ମେଡିସିନ କିଣୁଥିବା ନଜର ଆସିଛି।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.