ETV Bharat / state

କୋରୋନା ବାଣ୍ଟୁଛି ମେଡିକାଲ !

ଭୁବନ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଜି ଟିକା ନେବା ପାଇଁ ଆସିଥିବା ଲୋକଙ୍କ ଠାରେ ପ୍ରବଳ ଭିଡ ପରିଲଖିତ ହେବା ସହ ଜନଅସନ୍ତୋଷ ମଧ୍ୟ ଦେଖାଦେଇଥିଲା । ଅଧିକ ପଢନ୍ତୁ...

କରୋନା ବାଣ୍ଟୁଛି ମେଡିକାଲ
କରୋନା ବାଣ୍ଟୁଛି ମେଡିକାଲ
author img

By

Published : Apr 23, 2021, 7:45 PM IST

ଢେଙ୍କାନାଳ: କୋରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଛି ଟୀକାକରଣ । କିନ୍ତୁ ଟିକା ନେବାକୁ ଆସି ଲୋକେ କରୋନାରେ ସଂକ୍ରମିତ ହେବେନି ତ ? ଢେଙ୍କାନାଳ ଜିଲ୍ଲା ଭୁବନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦେଖିବାକୁ ମିଳିଥିଲା ଠିକ୍ ଏମିତି କିଛି ଦୃଶ୍ୟ । ଭୁବନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଟିକା ନେବାକୁ ଆସି ପ୍ରବଳ ଭିଡ ପରିଲଖିତ ହେବା ସହ ଜନଅସନ୍ତୋଷ ମଧ୍ୟ ଦେଖାଦେଇଥିଲା ।

କରୋନା ବାଣ୍ଟୁଛି ମେଡିକାଲ

ସକାଳୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ଆସି ଲୋକେ ଘେର ମଧ୍ୟରେ ଜୋତା, ବ୍ୟାଗ ଓ ହେଲମେଟ୍ ରଖି ନିଜର ପାଳିକୁ ଅପେକ୍ଷା କରିଥିଲେ । ଆଉ ପାଳି ଆସିବା ମାତ୍ରେ ଡାକ୍ତରଖାନା ସମ୍ମୁଖରେ ଆରମ୍ଭ ହୋଇଥିଲା ପ୍ରବଳ ଭିଡ । ନା ଥିଲା କାହାରି ମଧ୍ୟରେ ସୋମାଜିକ ଦୂରତା ନା କରୋନାକୁ ନେଇ ଲୋକେ ଥିଲେ ସଚେତନ । ଏହି ଭିଡକୁ ଦେଖି ଲାଗୁଛି ଜେମିତି କରୋନାକୁ ମାତ ଦେବା ପାଇଁ ସରକାରଙ୍କ ଦ୍ବାରା ଜାରି ହୋଇଥିବା ପ୍ରତ୍ୟେକ ନିୟମକୁ ବୋଧ ହୁଏ ଲୋକେ ଭୁଲିଯାଇଛନ୍ତି ।

ଯେଉଁ ମହାମାରୀ କବଳରୁ ରକ୍ଷା ପାଇଁ ଲୋକମାନେ ଟିକା ନେବାକୁ ଆସିଥିଲେ , ସେଠାରେ ଏପରି ଅବ୍ୟବସ୍ଥା କରୋନାକୁ ପ୍ରତିହତ ବଦଳରେ ଲାଗୁଛି ଯେମିତି ଆମନ୍ତ୍ରଣ କରୁଛି । ଲାଗୁଛି ଜେମିତି ଟିକା ନୁହଁ କରୋନା ବାଣ୍ଟୁଛି ଭୁବନ ସ୍ବାସ୍ଥ୍ୟ କେନ୍ଦ୍ର । ବହୁ ବିଳମ୍ବରେ ମେଡ଼ିକାଲ କର୍ତ୍ତୃପକ୍ଷ ଟିକା ନଥିବା ପ୍ରକାଶ କରିଥିଲେ । ଯେଉଁଥିପାଇଁ ଲୋକମାନଙ୍କ ମଧ୍ୟରେ ହତାଶ ଭାବ ଦେଖା ଦେବା ସହିତ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭୁବନ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.