ଢେଙ୍କାନାଳ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ାପଡା ବ୍ଳକ ଗୁଣ୍ଡିଚାପଡା ଅଞ୍ଚଳରୁ 2 ଦିନ ଧରି କ୍ରମାଗତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ଅଞ୍ଚଳକୁ ଜିଲ୍ଲାପାଳ 7 ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
ଏହି ସଂକ୍ରମଣର ଚେନକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଚିହ୍ନଟ ଅଞ୍ଚକୁ କଣ୍ଟେନମେଣ୍ଟ ଜୋନ କରି କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସ୍ବାବ ଟେଷ୍ଟ କରାଯାଉଛି । ଗୁଣ୍ଡିଚାପଡା ଛକ ଠାରୁ ହାଇସ୍କୁଲ ଛକ ଓ ଗୁଣ୍ଡିଚାପଡା ୟୁପି ସ୍କୁଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଗୁଣ୍ଡିଚାପଡାରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ଦୋକାନବଜାର ଓ ଗାଡିଚଳାଚଳ ବନ୍ଦ ରହିଥିବା ଦେଖାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ