ETV Bharat / state

କିନ୍ନରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ

author img

By

Published : Nov 8, 2021, 12:26 PM IST

Updated : Nov 8, 2021, 12:46 PM IST

ଢେଙ୍କାନାଳରେ ଜଣେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ କିନ୍ନରଙ୍କୁ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

କିନ୍ନରଙ୍କୁ ଆକ୍ରମଣ ଅଭିଯୋଗରେ ପୋଲିସ କନେଷ୍ଟବଳ, ପୂର୍ବତନ ସରପଞ୍ଚ ଗିରଫ

ଢେଙ୍କାନାଳ: ଜିଲ୍ଲାର ଗଡ଼ପଳାଶୁଣି ଗାଁ ନିକଟରେ କିଛି କିନ୍ନରଙ୍କୁ ଆକ୍ରମଣ ହୋଇଛି । ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ କିନ୍ନରଙ୍କଠୁ ସୁନା ଅଳଙ୍କାର ଲୁଟ କରିବା ସହ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଘଟଣାରେ ପୋଲିସ ଉଭୟ କନେଷ୍ଟବଳ ଓ ସରପଞ୍ଚକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

କିନ୍ନରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ

ଗିରଫ ଅଭିଯୁକ୍ତ କନେଷ୍ଟବଳ ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ସୂଚନା ଅନୁଯାୟୀ ତେଲକୋଇରୁ ଏକ ବୋଲେରୋ ଗାଡ଼ିରେ କିଛି କିନ୍ନର ଭୁବନେଶ୍ବର ଫେରୁଥିଲେ ।

ଗଡ଼ପଳାଶୁଣି ଗାଁ ନିକଟରେ ଅଭିଯୁକ୍ତ କନେଷ୍ଟବଳ ମାନସ ନାଏକ ଓ ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଗାଡି ଅଟକାଇ ଆକ୍ରମଣ କରିଥିଲେ । କିନ୍ନର ମହମାୟାଙ୍କ ଠାରୁ ଏକ ସୁନା ଚେନ ଛଡାଇ ନେବା ସହ ତାଙ୍କୁ ମାଡ଼ ମାରିଥିଲେ । ଏ ନେଇ କିନ୍ନର ମହମାୟା ପରଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟ କନେଷ୍ଟବଳ ଓ ସରପଞ୍ଚକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 8, 2021, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.