ETV Bharat / state

ଢେଙ୍କାନାଳକୁ ମିଳିବ BSKY ସ୍ମାର୍ଟ କାର୍ଡ, 800 କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ ସହ ଅନ୍ୟୁନ ୮ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ନବୀନ । ଅଧିକ ପଢ଼ନ୍ତୁ

cm visit to dhenkanal: ସୁରକ୍ଷା ଦୃଷ୍ଚିରୁ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା

author img

By

Published : Nov 19, 2021, 9:46 PM IST

ଢେଙ୍କାନାଳ: ଆସନ୍ତାକାଲି(ଶନିବାର) ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ ସହ ଅନ୍ୟୁନ ୮ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କରିବେ ନବୀନ । ଏଥିପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କଡ଼ା ସୁରକ୍ଷା ବଳୟ କରାଯିବ ।

cm visit to dhenkanal: ସୁରକ୍ଷା ଦୃଷ୍ଚିରୁ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା

ଢେଙ୍କାନାଲର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଏଥିପାଇଁ ଷ୍ଟାଡିୟମରେ ଅସ୍ଥାୟୀ ହେଲିପ୍ୟାଡ଼ ପ୍ରସ୍ତୁତ ହୋଇଛି । ଅନୁଗୋଳରେ କାର୍ଯ୍ୟକ୍ରମପରେ ଢେଙ୍କାନାଳରେ ମଧ୍ୟାହ୍ଣ ୧୨ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ବିଧାୟକ ମାନେ ଏହି ଅବସରରେ ଉପସ୍ଥିତ ରହିବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସଭାସ୍ଥଳରେ କେବଳ ନିର୍ଦ୍ଧିଷ୍ଠ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ ଅଧିକାରୀଙ୍କ ସଂଖ୍ୟା ସୀମିତ ରଖାଯାଇଛି । କୋଭିଡ କଟକଣା କଡାକଡି କରାଯାଇ ସଭିଙ୍କ RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ସଭାସ୍ଥଳକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ କରାଯାଇଛି । ସୂଚନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାକୁ ନେଇ ଢେଙ୍କାନାଳ SP ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.