ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ବାଙ୍କୁଆଳ ଗ୍ରାମରେ ଆମ୍ବ ତୋଳାକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣରେ ଜଣେ ଶିଶୁ ଓ ମହିଳା ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ଜଣେ ୫ବର୍ଷର ଶିଶୁ ଓ ମହିଳା ସମେତ ୪ଜଣ ଗୁରୁତର ହୋଇଛନ୍ତି ।
ଏପରି ଅଭାବନୀୟ କାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମରେ । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ବାଙ୍କୁଆଲ ଗ୍ରାମର ଲୋକନାଥ ବିଶ୍ୱାଳ, ତାଙ୍କ ପତ୍ନୀ ବାସନ୍ତୀ ବିଶ୍ୱାଳ, ପୁଅ ରାଜା ବିଶ୍ୱାଳ ଓ ୫ବର୍ଷର ନାତି କରଣ ବିଶ୍ୱାଳ ବୋଲି ଜଣାପଡିଛି । ଲୋକନାଥ ବିଶ୍ୱାଳ ଓ ତାଙ୍କ ଭାଇଆଳିଆ ବସନ୍ତ ବିଶ୍ୱାଳଙ୍କର ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା ।
ତେବେ ଉଭୟଙ୍କର କୋଠରେ ଥିବା ଏକ ଆମ୍ବ ଗଛରୁ ଆଜି ରାଜା ବିଶ୍ୱାଳ ଆମ୍ବ ତୋଳିବାକୁ ନେଇ ପାଟିତୁଣ୍ଡରୁ ହାତାହାତି ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବସନ୍ତ ବିଶ୍ୱାଳ ଓ ତାଙ୍କ ସମର୍ଥକମାନେ ଲୋକନାଥଙ୍କ ଘରେ ପଶି ଆକ୍ରମଣ କରିଥିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ