ETV Bharat / state

ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ଦାବିରେ 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ

author img

By

Published : Feb 14, 2020, 11:02 AM IST

ସକାଳ 6ଟାରୁ ଏହି 12ଘଣ୍ଟିଆ ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନ ସହ ଜନସାଧାରଣ ସମର୍ଥନ ଦେଇ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସହରର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି।

Call for 12 hours Dhenkanal band, dhenkanal latest news, medical college and city hospital demnd in dhenkanal, dhenkanal bandh, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳ ବନ୍ଦ, ଢେଙ୍କାନାଳରେ 12 ଘଣ୍ଟିଆ ବନ୍ଦ ଡାକରା, ଢେଙ୍କାନାଳରେ ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ଦାବି
ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ଦାବିରେ 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଜିଲ୍ଲାରେ ଜୋର ଧରିଛି ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବି । ଏନେଇ ଶୁକ୍ରବାର ନାଗରିକ କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ବନ୍ଦ ଡାକରା ଦେଇଛି । ଏଥିରେ ଓକିଲ ସଂଘ ଠାରୁ ଆରମ୍ଭ କରି ଜିଲ୍ଲା ସାମ୍ବାଦିକ ସଂଘ, ବାଣିଜ୍ୟ ସଙ୍ଗଠନ, ମିଳିତ ବଜାର କମିଟି, ଘରୋଇ ବସ ମାଲିକ ସଂଘ ସମେତ ଜିଲ୍ଲାର ସମସ୍ତ ସଙ୍ଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି।

ସକାଳ 6ଟାରୁ ଏହି 12ଘଣ୍ଟିଆ ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନ ସହ ଜନସାଧାରଣ ସମର୍ଥନ ଦେଇ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସହରର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦ ପାଳନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ତାଲା ପକାଇବା ସହ ସ୍କୁଲ କଲେଜଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁ ଅଚଳ କରି ଦିଆଯାଇଛି ।

ସେପଟେ କଲେଜ ବାଇପାସ, କୋରିଆଁ ଓ ମହିଷାପାଟ ଛକରେ 55ନଂ ଜାତୀୟ ରାଜପଥରେ ଆନ୍ଦୋଳନକାରୀଙ୍କ ଅବରୋଧ ଜାରି ରହିଛି । ଫଳରେ ଜାତୀୟ ରାଜପଥ ସମେତ ସହର ଦେଇ ସମସ୍ତ ଗାଡି ଚଳାଚଳ ଠପ ହୋଇଯାଇଛି। କେବଳ ରେଳ ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ତେବେ ସହର ମଧ୍ୟରେ ଦଳ ଦଳ ହୋଇ ଆନ୍ଦୋଳନକାରୀମାନ ପିକେଟିଂ କରୁଥିବା ମଧ୍ୟ ଦେଖାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.