ଢେଙ୍କାନାଳ: ବନ୍ୟାଜଳରେ ବୁଡିଲେ ବାବା ଭୋଳା ଶଙ୍କର । ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ଢେଙ୍କାନାଳର ଅନ୍ୟତମ ପ୍ରାଚୀନ ଶୈବପୀଠ କରମୂଳ ସ୍ଥିତ ଦୌଡେଶ୍ବର ମହାଦେବଙ୍କ ମନ୍ଦିର ଓ ଭୁବନର ବୁଧେଶ୍ବର ମନ୍ଦିର ବୁଡିଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମଣୀରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତରୁ ସ୍ବୟଂ ମହାଦେବ ବର୍ତ୍ତି ପାରିନାହାନ୍ତି ।
ଏପରିକି ମହାଦେବଙ୍କ ସହ ତାଙ୍କ ମନ୍ଦିର ମଧ୍ୟ ବନ୍ୟାଜଳରେ ବୁଡି ଯାଇଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର କରମୂଳ ସ୍ଥିତ ପ୍ରାଚୀନ ଶୈବପୀଠରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମଣୀରେ ଜଳସ୍ତର ଅପେକ୍ଷାକୃତ ବଢି ଯାଇଥିବାରୁ ଏପରି ସ୍ଥିତି ସୃଷ୍ଟି କରିଛି ।
ବ୍ରାହ୍ମଣୀ ବନ୍ୟାଜଳରେ କରମୂଳ ସ୍ଥିତ ଏହି ପ୍ରାଚୀନ ଶୈବପୀଠ ବୁଡି ରହିଛି। ବାବା ଦୌଡେଶ୍ବରଙ୍କ ଲିଙ୍ଗ ବନ୍ୟାଜଳରେ ବୁଡିରହିଥିବା ଦେଖାଯାଇଛି। । ଫଳରେ ଦୁଇଦିନ ହେଲା ମନ୍ଦିର ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପଟେ ଭୁବନ ବ୍ଳକର ବୁଦ୍ଧେଶ୍ବର ମନ୍ଦିର ମଧ୍ୟ ବନ୍ୟାଜଳରେ ବୁଡି ରହିଥିବା ଦେଖାଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ