ଢେଙ୍କାନାଳ : ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପଞ୍ଚାୟତ ଅସୁରବନ୍ଧ କ୍ରୋମାଇଟ ମାଇନ୍ସରେ ଘଟିଛି ଅଘଟଣ । ଏଠାରେ କ୍ରୋମାଇଟ ଉତ୍ତୋଳନ ପାଇଁ ରିଅଲ ଇଣ୍ଡିଆ କମ୍ପାନୀ କାର୍ଯ୍ୟ କରୁଥିଲା । ତେବେ କ୍ରୋମାଇଟ ଉତ୍ତୋଳନ ପରେ କୌଣସି କାରଣ ବଶତଃ ଏହି ଖଣିଟି ବନ୍ଦ ପଡିଥିବା ବେଳେ କ୍ରୋମାଇଟ ଉତ୍ତୋଳନ ହୋଇଥିବା ସ୍ଥାନରେ ପାଣି ଜମି ରହିଛି । ଏହାର ଚତୁଃପାର୍ଶ୍ବରେ କୌଣସି ବାଡ ନଥିବାରୁ ଆଜି ପାଣିରେ ଏକ ମୃତଦେହ ଭାସୁଥିବାର ଲୋକମାନେ ଦେଖିଥିଲେ ।
ଶବଟି ଭୁଷଳ ପଞ୍ଚାୟତ କ।ଞ୍ଚନବାହାଳୀ ଗ୍ରାମର ଗୋପାଳ ମୁଣ୍ଡା, ବୟସ ୨୪ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ତେବେ ଗୋପାଳ ଗତ ୩ ଦିନ ହେଲା ନିଖୋଜ ଥିବ। ପରିବାର ଲୋକେ ଜଣାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ