ଢେଙ୍କାନାଳ: ବିଜେଡି ପକ୍ଷରୁ ଜିଲ୍ଲାରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ତେବେ ଦଳ ତରଫରୁ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶନିବାର ଠାରୁ ଢେଙ୍କାନାଳରେ ବିଜେଡି ପକ୍ଷରୁ କ୍ଲିନ ସିଟି ଅଭିଯାନ ଆରମ୍ଭ ହୋଇଯାଇଛି ।
ତେବେ ଏନେଇ ଢେଙ୍କାନାଳର ବିଧାୟକଙ୍କ ନେତୃତ୍ବରେ ଏହି ଅଭିଯାନ ପ୍ରଥମେ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ନେଇ ପ୍ରଥମେ ଢେଙ୍କାନାଳ କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରାଯାଇଛି । ପରେ ଢେଙ୍କାନାଳ ହସ୍ପିଟାଲ ପରିସରରେ ମଧ୍ୟ ସଫେଇ କାର୍ଯକ୍ରମ କରାଯାଇଛି ।
ସେପଟେ ଦୀର୍ଘ ଏକ ମାସ ଧରି ରକ୍ତ ଦାନ ଶିବିର, ଅଙ୍ଗନବାଡି କେନ୍ଦ୍ରର ସୁରକ୍ଷା, ସମସ୍ତ ସ୍କୁଲ ସମେତ କଲେଜ, ମେଡିକାଲ ଓ ରାସ୍ତାଘାଟ ସଫେଇ ଭଳି ସମାଜସେବା ଆଦି କ୍ଲିନ ଢେଙ୍କାନାଳ ନାମରେ କାର୍ଯ୍ୟକ୍ରମ ଜାରି ରହିବ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ କରାଯିବାକୁ ସ୍ଥିର ହୋଇଛି ବୋଲି କହିଛନ୍ତି ଢେଙ୍କାନାଳ ବିଧାୟକ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ