ଢେଙ୍କାନାଳ: ବିରାଟ ଅଜଗର ସାପ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ତେବେ ଗିରଫ ଶିକାରୀ ଜଣଙ୍କ ସଦର ଥାନା ଭାପୁର ବରସୁପାଳ ଗ୍ରାମର ଧଡ଼ିଆ ନାଏକ ବୋଲି ଜଣାପଡିଛି । ଏହି ଘଟଣାରେ ସଦର ରେଞ୍ଜର ବନ କର୍ମଚାରୀମାନେ ଏକ ଅଜଗର ସାପ ଶିକାରୀକୁ ଗିରଫ କରିଛନ୍ତି ।
ଏନେଇ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଦର ରେଞ୍ଜ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ପ୍ରକାଶ କରିଛନ୍ତି ସଦର ରେଞ୍ଜ ଅଫିସର । ତେବେ ବନ କର୍ମଚାରୀମାନେ ଗିରଫ ଅଭିଯୁକ୍ତ ଠାରୁ ୧୨ଫୁଟ ଲମ୍ବର ଏକ ମୃତ ଅଜଗର ସାପକୁ ଉଦ୍ଧାର କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ