ଢେଙ୍କାନାଳ: ଗାନ୍ଧୀ ଜୟନ୍ତୀ ଅବସରରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ପରିବେଶ ପ୍ରଦୂଷଣ ସୁରକ୍ଷା ପାଇଁ ଶୁଭାରମ୍ଭ କଲେ ବ୍ୟାଟେରୀ ଚାଳିତ ଗାଡି ।
ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ପରିବେଶ ପ୍ରଦ୍ୟୁଷଣ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଆଠଟି ବ୍ୟାଟେରୀ ଚାଳିତ ଗାଡିକୁ ଶୁଭାରମ୍ଭ କରିଛନ୍ତି । ଆଠ ଜଣ ମହିଳା ଡ୍ରାଇଭର ଏହି ଗାଡିଗୁଡିକୁ ନେଇ ସହରର ପ୍ରତି ୱାର୍ଡକୁ ଯାଇ ଅଳିଆ ଆଣିବେ । ଶୁଖିଲା ଓ ଓଦା ଅଳିଆ ପାଇଁ ଅଲଗା ଗାଡ଼ିର ବ୍ୟବସ୍ଥା କରାଯାଇଛି ।
ଏହି ଗାଡ଼ି ଚଳାଇଲେ ପରିବେଶ ପ୍ରଦୂଷଣ ହେବନାହିଁ । ଗାଡିକୁ କେବଳ ମହିଳାମାନେ ଚଳାଇବା ଦ୍ବାରା ନାରୀ ସଶକ୍ତିକରଣ ହୋଇପାରିବ । ଯଥାଶୀଘ୍ର ଆଉ ବାର ଗୋଟି ଆସିବ, ଯାହାଫଳରେ ପୂର୍ବରୁ ଅଳିଆ ଆଣିବା ପାଇଁ ବ୍ୟବହୃତ ସମସ୍ତ ଟ୍ରାକ୍ଟର ଗୁଡ଼ିକୁ ଧୀରେ ଧୀରେ ବନ୍ଦ କରିଦିଆଯିବ ବୋଲି ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ