ETV Bharat / state

କୋଭିଡ କଟକଣା ମଧ୍ୟରେ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧତ୍ସୋଵ ପାଳିତ

author img

By

Published : Oct 11, 2020, 6:30 PM IST

ଆଜି ହେଉଛି ବିଶ୍ବର ସର୍ବକନିଷ୍ଠ ସହିଦ ତଥା ବୀର ବାଜି ରାଉତଙ୍କ ଶ୍ରାଦ୍ଧତ୍ସୋବ । କୋଭିଡ କଟକଣା ମଧ୍ୟରେ ପାଳନ ହୋଇଛି ଏହି ମହାନ ବୀରଙ୍କ ଶ୍ରାଦ୍ଧତ୍ସୋବ । ଅଧିକ ପଢ଼ନ୍ତୁ...

କୋଭିଡ କଟକଣା ମଧ୍ୟରେ ସହିଦ ବାଜି ରାଉତଙ୍କ ଶ୍ରାଦ୍ଧତ୍ସଵ ପାଳିତ

ଢେଙ୍କାନାଳ: ଆଜି ହେଉଛି ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ । ରବିବାର କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି ବିଶ୍ବର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ । ଏହି ଉପଲକ୍ଷେ ଢେଙ୍କାନାଳ ସହର ବାଜିଚୌକ ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶହୀଦ ବାଜି ରାଉତ 1926 ମସିହା ଅକ୍ଟୋବର 5 ତାରିଖରେ ଢେଙ୍କନାଳର ନୀଳକଣ୍ଠପୁର ଠାରେ ଜନ୍ମ ନେଇଥିଲେ । ମାତ୍ର 12 ବର୍ଷ ବୟସରେ 1938 ମସିହା ଅକ୍ଟୋବର 11 ତାରିଖରେ ବ୍ରିଟିଶ ଗୁଳିରେ ନିଜର ଜୀବନ ଉତ୍ସର୍ଗ କରିଥିଲେ ବାଜି । ଆଜି ହେଉଛି ସେହି ମହାନ ବୀର ବାଳକ ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ । ଏହି ଅବସରରେ ଢେଙ୍କାନାଳ ସାଂସଦ ଓ ଜିଲ୍ଲାପାଳ ବାଜିଚୌକ ସ୍ଥିତ ବାଜି ରାଉତଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବାଜି ରାଉତଙ୍କ ଜନ୍ମସ୍ଥାନ ଭୁବନର ନିଳକଣ୍ଠପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥିସହ ଏଠାରେ ସହିଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଛନ୍ତି । ଶହୀଦଙ୍କୁ ସମ୍ମାନ ଦେବା ସହିତ ସଲାମୀ ମଧ୍ୟ ପ୍ରଦାନ କରାଯାଇଛି ।

ଢ଼େଙ୍କାନଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.