ଢେଙ୍କାନାଳ: ଅଟୋ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳଠାରେ ଅଟୋ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ କଣ୍ଟାପାଳ ଗ୍ରାମର ୯ଜଣ ମହିଳା ଶ୍ରମିକ ଏକ ଅଟୋ ଯୋଗେ କୁସୁମୁଣ୍ଡାକୁ କାମ କରିବାକୁ ଯାଉଥିବାବେଳେ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତେ ଆହତ ଅବସ୍ଥାରେ ପଡିରହିଥିଲେ । ଘଟଣାରେ ସ୍ଥାନୀୟଲୋକେ ଏମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାାଇଥିଲେ । ଏମାନେ ସମସ୍ତେ କୁସୁମୁଣ୍ଡ ଗ୍ରାମର ବୋଲି ଜଣାପଡିଛି । ଚିକିତ୍ସା ପରେ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିରଥିବା ସୂଚନା ମିଳିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ