ETV Bharat / state

ଏଟିଏମ ଭାଙ୍ଗି ୨୬ ଲକ୍ଷ ଲୁଟର ପର୍ଦ୍ଦାଫାଶ, ୪ଗିରଫ - ଏସବିଆଇ ଏଟିଏମ

ଢେଙ୍କାନାଲ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏସବିଆଇ ଏଟିଏମ କାଟି ଗତ ୧୪ତାରିଖ ରାତିରେ ୨୬ଲକ୍ଷ ୫୬ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।

ଢେଙ୍କାନାଲ ମୋଟଙ୍ଗା ଏସବିଆଇ ଏଟିଏମ ଲୁଟ
ଢେଙ୍କାନାଲ ମୋଟଙ୍ଗା ଏସବିଆଇ ଏଟିଏମ ଲୁଟ
author img

By

Published : Dec 21, 2020, 7:20 PM IST

ଢେଙ୍କାନାଳ: ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାଶ । ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଠାବ କଲା ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ପୁଲିସ । ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏସବିଆଇ ଏଟିଏମ କାଟି ଗତ ୧୪ତାରିଖ ରାତିରେ ୨୬ଲକ୍ଷ ୫୬ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।

ଏଟିଏମ ଭାଙ୍ଗି ୨୬ଲକ୍ଷ ଲୁଟର ପର୍ଦ୍ଦାଫାସ

ପୁଲିସ ତଦନ୍ତରୁ ଏହି ଲୁଟରେ ୬ଜଣ ସମ୍ପୃକ୍ତ ଥିବାବେଳେ ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ 4ଜଣ ସ୍ଥାନୀୟ ମୋଟଙ୍ଗା ଗ୍ରାମର ବିଶ୍ବଜିତ ନାୟକ, ରତିକାନ୍ତ ସାହୁ, ସଙ୍କେତ ବେହେରା ଓ ସୁଭମ ବେହେରା ବୋଲି ଜଣାପଡିଛି ।

ତେବେ ଏହି ଲୁଟ ଘଟଣାର ମୁଖ୍ୟ 2ଜଣଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି । ଏମାନଙ୍କ ଠାରୁ ଏଟିଏମରୁ ଲୁଟ କରିଥିବା ୨୬ଲକ୍ଷ ୫୬ହଜାରରୁ ମାତ୍ର ୨୧ହଜାର ୫ଶହ ଟଙ୍କା ଜବତ କରାଯାଇଛି ।

ଅପର ପକ୍ଷରେ ଏମାନେ ଲୁଟରେ ବ୍ୟବହାର କରିଥିବା ୨ଟି ବାଇକ, ୪ଟି ମୋବାଇଲ ଫୋନ, ୩ଟି ଅକ୍ସିଜେନ ସିଲିଣ୍ଡର, ଗ୍ୟାସ କଟର ଆଦି ଜବତ କରାଯାଇଛି । ତେବେ ଫେରାର ଥିବା ମୁଖ୍ୟ ଲୁଟେରା 2ଜଣଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.