ETV Bharat / state

ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ - ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ । ଭୁବନ ରେଞ୍ଜ ରାଙ୍କିଆ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ

ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ
ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ
author img

By

Published : Oct 14, 2022, 4:34 PM IST

Updated : Oct 14, 2022, 8:13 PM IST

ଢେଙ୍କାନାଳ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ରାଙ୍କିଆ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ କହିଛନ୍ତି ଢେଙ୍କାନାଳ ACF ।

ଢେଙ୍କାନାଳରେ ଦନ୍ତା ହାତୀର ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ରାଙ୍କିଆ ଗାଁ ପାଖ ଧାନ ବିଲ ନିକଟରେ ହାତୀଟି ଶୋଇରହିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏନେଇ ବନବିଭାଗକୁ ଖବର ଦେବା ପରେ ଭୁବନ ରେଞ୍ଜ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଜାଣିବା ପରେ, ମୃତ୍ୟୁର କାରଣ ଜାଣିବା ପାଇଁ ଢେଙ୍କାନାଳ ACF ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସେପଟେ ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୁତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ACF ସୂଚନା ଦେଇଛନ୍ତି ।

ସେପଟେ ହାତୀ ମଣିଷ ଲଢେଇ ଭିତରେ କେତେବେଳେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ ହେଉଛି ତ ପୁଣି କେତେବେଳେ ଫସଲ ସୁରକ୍ଷା ପାଇଁ ବିଛା ଯାଉଥିବା ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ ସବୁ ଜାଣି ନଜାଣିଲା ପରି ଚୁପ ରହୁଛି । ନା ହାତୀ ଗତି ପଥ ଉପରେ ବନବିଭାଗ ନଜର ରଖୁଛି ନା ଚାଷୀଙ୍କ ଚାଷ ଜମିକୁ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ମୟୂରଭଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ହାତୀକୁ କେହି ଦୁର୍ବୃତ୍ତ ବିଷ ଦେଇ କିମ୍ବା ଗୁଳିକରି ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ବନ ବିଭାଗର ଖାମ ଖିଆଲ ନୀତି ପାଇଁ ଦନ୍ତାର ମୃତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା । ସେହିପରି ଅକ୍ଟୋବର ୯ ତାରିଖରେ ସମ୍ବଲପୁର ଜିଲ୍ଲାରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ କୁଚିଣ୍ଡା ଉପଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ତିଳେଇମାଲ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ । ଅକ୍ଟୋବର ୪ ତାରିଖରେ ମୟୂରଭଞ୍ଜରେ ବେତନଟୀ ରେଞ୍ଜ ମସିଣାକାଟି ସଂରକ୍ଷିତ ଜଙ୍ଗଲରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ହତୀଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଢେଙ୍କାନାଳ, ଇଟିଭି ଭାରତ

Last Updated : Oct 14, 2022, 8:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.