ଢେଙ୍କାନାଳ: ଜିଲ୍ଲାରୁ ଶୁକ୍ରବାର ୯ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି। ସେମାନଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକ୍ ବସୁଲେଇ କ୍ଵାରେଣ୍ଟାଇନ ସେଣ୍ଟରରେ ୮ ଓ ମହାବିରୋଡ଼ ସେଣ୍ଟରର ଜଣେ ବୋଲି ଜଣାପଡିଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ସୁରଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା । ଗତ ୧୭ ତାରିଖରେ ଏମାନେ ଓଡିଶାକୁ ଫେରିଥିଲେ। ୨୫ତାରିଖରେ ଏମାନଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ସମସ୍ତଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛି ପ୍ରଶାସନ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ