ଢେଙ୍କାନାଳ: ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ଢେଙ୍କାନାଳ ଜିଲ୍ଲା ସଦର ବନାଞ୍ଚଳ ତାମେଣ୍ଡା ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥିବାବେଳେ ଦଳି ଦେଲା ହାତୀ । ମୃତକ ହେଲେ ତାମେଣ୍ଡା ଗାଁର ଗୌରାଙ୍ଗ ଜେନା ।
ଦୀର୍ଘ ସମୟ ଧରି ବୃଦ୍ଧ ଜଣକ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ହାତୀ ମାରିଦେଇଥିବା ନେଇ ମଙ୍ଗଳବାର ସଂନ୍ଧ୍ୟାରେ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ବନକର୍ମଚାରୀମାନେ ପହଞ୍ଚି ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ