ETV Bharat / state

ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଏତଲା ରଖିଲାନି ପୋଲିସ, ଏସପିଙ୍କ ଦ୍ବାରସ୍ତ ହେଲା ପୀଡିତା ପରିବାର - ଢେଙ୍କାନାଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଜଣେ 15 ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏତଲା ରଖିଲାନି ପୋଲିସ । ଏସପିଙ୍କ ଦ୍ବାରସ୍ତ ହେଲେ ପୀଡିତା ପରିବାର । ଅଧିକ ପଢନ୍ତୁ...

ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଏତଲା ରଖିଲାନି ପୋଲିସ, ଏସପିଙ୍କ ଦ୍ବାରସ୍ତ ହେଲା ପୀଡିତା ପରିବାର

author img

By

Published : Jul 8, 2021, 9:14 PM IST

ଢେଙ୍କାନାଳ : ସଦର ଥାନା ଅଞ୍ଚଳରେ ଜଣେ ୧୫ ବର୍ଷିୟା ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ପରିବାର ସଦସ୍ୟ ଉଦ୍ଧାର କରିଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ ଯିବାରୁ ଅଭିଯୋଗ ନ ରଖି ପୁଲିସର ପାଲଟା ଜୁଲମ କରୁଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପରିବାର । ନ୍ୟାୟ ପାଇଁ ପୀଡିତା ପରିବାର ଏସପିଙ୍କ ଦ୍ବାରସ୍ଥ ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଏତଲା ରଖିଲାନି ପୋଲିସ, ଏସପିଙ୍କ ଦ୍ବାରସ୍ତ ହେଲା ପୀଡିତା ପରିବାର

ନାବାଳିକାର ପରିବାର ପକ୍ଷରୁ ଦର୍ଶାଯାଇଥିବା ଅଭିଯୋଗରେ ଗତକାଲି (ବୁଧବାର) ଅପରାହ୍ନରେ ଏହି ୧୫ ବର୍ଷିୟା ନାବାଳିକାକୁ ଘର ପଛପଟକୁ ଶୌଚ ହେବା ପାଇଁ ଯାଇଥିବାବେଳେ ସେହି ଗ୍ରାମର ଚିକୁ ବେହେରା ନାମକ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରୁ ଜଣାପଡିଛି । ପରେ ନାବାଳିକା ଜଣଙ୍କୁ କାହାକୁ ନ କହିବା ନେଇ ଧମକ ଦେବା ସହ ମୁର୍ମୁଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲା ଅଭିଯୁକ୍ତ । ପରେ କୌଣସି ସୂତ୍ରରୁ ଖବର ପାଇ ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିଲେ ପରିବାର ଲୋକ ।

ଗତକାଲି ପୀଡିତା ନାବାଳିକାକୁ ନେଇ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲା ପରିବାର । ମାତ୍ର ପୁଲିସ ଅଭିଯୋଗ ରଖିବା ଦୂରର କଥା ପାଲଟା ପୀଡିତା ଓ ତାର ପରିବାରକୁ ଧମକ ଦେଇ ଥାନାରୁ ଫେରାଇ ଦେଇଥିବା ପରି ସଙ୍ଗିନ ଅଭିଯୋଗ କରିଛି ପୀଡିତାର ପରିବାର । ନିରାଶ ହୋଇ ପୀଡିତା ଓ ତାର ଭିନ୍ନକ୍ଷମ ମା ଓ ବାପା ଆଜି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗୁଥିବା ଦେଖାଯାଇଛି । ତେବେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ପୀଡ଼ିତାଙ୍କୁ ନେଇ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଆରମ୍ଭ କରିଥିବା ଡିଏସପି ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.