ETV Bharat / state

ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ! - ବ୍ୟାଙ୍କରୁ ଜମାକାରୀଙ୍କ ଟଙ୍କା ଗାଏବ

ବ୍ୟାଙ୍କରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହୋଇଯାଇଛି ଗାଏବ । ଆଉ ନିଜ ଟଙ୍କା ଫେରି ପାଇବା ପାଇଁ ଜମାକାରୀ ଦେଲେ ବ୍ୟାଙ୍କ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ
ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ
author img

By

Published : Oct 9, 2021, 3:25 PM IST

ଢେଙ୍କାନାଳ: ବ୍ୟାଙ୍କରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହୋଇଯାଇଛି ଗାଏବ । ଆଉ ଜମା ଟଙ୍କା ଫେରି ପାଇବା ପାଇଁ ଜମାକାରୀ ଦେଲେ ବ୍ୟାଙ୍କ ସମ୍ମୁଖରେ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋବିନ୍ଦପୁର ଏସବିଆଇ ଶାଖା ସମ୍ମୁଖରେ । ପ୍ରାୟ ୧୦ଜଣ ଜମାକାରୀ ପ୍ରାପ୍ୟ ଟଙ୍କା ପାଇଁ ଦୁଇଘଣ୍ଟା କାଳ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସି ରହିଥିଲେ । କିନ୍ତୁ ଟଙ୍କା ମିଳି ନ ଥିଲା ।

ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ

ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଉତ୍ୟକ୍ତ ଜମାକାରୀ । ଜମାକାରୀଙ୍କ କହିବା ମୁତାବକ ଗତ ଫେବୃଆରୀ ମାସରୁ କିଛି ଜମାକାରୀଙ୍କ ସେଭିଙ୍ଗ ଆକାଉଣ୍ଟରୁ ବ୍ୟାଙ୍କର କର୍ମଚାରୀ ସନ୍ତୋଷ ନାୟକ ଲକ୍ଷଲକ୍ଷ ଟଙ୍କା ଜମାକାରୀଙ୍କ ନାମରେ ଜାଲ ଦସ୍ତଖତ କରି ଟଙ୍କା ଉଠାଇ ନେଇଥିଲେ । ଏହି ଘଟଣା ପଦାକୁ ଆସିବା ପରେ ବ୍ୟାଙ୍କ ପକ୍ଷରୁ ଖୁବଶୀଘ୍ର ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।

ମାତ୍ର ଏଥିରେ ଖିଲାପ ହେବାରୁ ବାଧ୍ୟ ହୋଇ ଜମାକାରୀମାନେ ଧାରଣାରେ ବସିଥିଲେ। ପୋଲିସ ପହଞ୍ଚିବା ପରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ଜମାକାରୀଙ୍କ ବକେୟା ଟଙ୍କାକୁ ଆସନ୍ତା ୩୦ ତାରିଖ ମଧ୍ୟରେ ଫେରାଇବାକୁ ପ୍ରତିଶୃତି ଦେବାରୁ ଆନ୍ଦୋଳନରତ ଜମାକାରୀ ଧାରଣା ପ୍ରତ୍ୟାହୃତ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.