ETV Bharat / state

ଢେଙ୍କାନାଳରୁ ପୁଣି 70 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Sep 24, 2020, 9:10 AM IST

ଢେଙ୍କାନାଳ ଜିଲ୍ଲାରେ ବୁଧବାର 70 ଜଣ କୋରୋନା ପଜିଟିଭ୍ ଚିହ୍ନଟ ସହ ମୋଟ ଆକ୍ରାନ୍ତ ୩୨୪୫କୁ ବୃଦ୍ଧି ପାଇଛି । ସେପଟେ ଚିକିତ୍ସା ପରେ ୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଜିଲ୍ଲାରେ ଆଉ ଜଣେ ବ୍ୟକ୍ତିଙ୍କର କୋରୋନା ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

again 70 new corona case identify in dhenkanal, total rises to 3245
ଢେଙ୍କାନାଳରେ ଆଜି 70 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ ୩୨୪୫କୁ ବୃଦ୍ଧି

ଢେଙ୍କାନାଳ: ରାଜ୍ୟରେ ଦୃତ ଗତିରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଢେଙ୍କାନାଳ ଜିଲ୍ଲାରେ ବୁଧବାର 70 ଜଣ କୋରୋନା ପଜିଟିଭ୍ ଚିହ୍ନଟ ସହ ମୋଟ ଆକ୍ରାନ୍ତ ୩୨୪୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୪୫ଜଣ ହୋମକ୍ବାରେଣ୍ଟାଇନରୁ,୧୦ ସ୍ଥାନୀୟ ସଂକ୍ରମିତ, କଟକ ଓ ଭୁବନେଶ୍ବରରୁ ୧୫ ଜଣ ଚିହ୍ନଟ କରାଯାଇଛି। ଢେଙ୍କାନାଳ ମୁନିସପାଲଟିରୁ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟରୁ ସଦରଥାନାରୁ ୨ଜଣ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଙ୍କଡାହାଡ ବ୍ଳକରୁ ୩ , ଗଦିଁଆ ୫, କାମାକ୍ଷାନଗରରୁ ୪, ଓଡାପଡା ୨୩, ଭୁବନ ଓ ସଦରରୁ ୨ ଜଣ ଲେଖାଏଁ, କାମାକ୍ଷାନଗର ଏନଏସିରୁ ଜଣେ ଚିହ୍ନଟ ହୋଇଛନ୍ତି।

ସମସ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଚିକିତ୍ସା ପରେ ୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଧା ଜିଲ୍ଲାରେ ୩୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨୬୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବଂ 619ଟି ସକ୍ରିୟ ମାମଲା ରହିଛି ।

ତେବେ ଜିଲ୍ଲାରେ ଆଉ ଜଣେ ବ୍ୟକ୍ତିଙ୍କର କୋରୋନା ମୃତ୍ୟୁ ଘଟିଛି । ଫଳରେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.