ETV Bharat / state

ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ - ଦୁର୍ଘଟଣା ଆହତଙ୍କୁ କ୍ଷତିପୂରଣ ଦାବି

ଢେଙ୍କାନାଳର ମହୁଲାଛକ ନିକଟରେ ବାଇକ-ସ୍କର୍ପିଓ ଧକ୍କା । ତିନି ଗୁରୁତର ଆହତ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ।

ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
author img

By

Published : Nov 12, 2019, 4:09 PM IST

ଢେଙ୍କାନାଳ: ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତଭାଲୁ ମୁଣ୍ଡା - ଆଲୋଝରଣ ପୂର୍ତ୍ତ ବିଭାଗ ରାସ୍ତାର ମହୁଲାଛକ ନିକଟରେ ଏକ ବାଇକକୁ ସ୍କର୍ପିଓ ଧକ୍କା ଦେଇଛି । ଫଳରେ ମୋଟର ସାଇକେଲ ଯାଉଥିବା ତିନି ଜଣ ଗୁରୁତର ଆହତ ହୋଇ ଥିବା ଜଣାପଡିଛି ।

ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଗୁରୁତର ତିନି ଜଣ ହେଲେ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ତ କୁମୁସି ଗ୍ରାମର ସୌମ୍ୟରଞ୍ଜନ ପଣ୍ଡା ଓ ତାଙ୍କ ଖୁଡୀ ଉମା ପାଣି ଓ ଝିଅ ଶ୍ରୀୟା ପାଣି । ସୌମ୍ୟରଞ୍ଜନ ଏକ ବାଇକ ଯୋଗେ ନିଜ ଘରୁ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ତାଳଚେର ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଏହି ଦୁର୍ଘଟଣାରେ ଆହତଙ୍କୁ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ କୁମୁସି ଗାଁ ଲୋକ ଉକ୍ତ ରାସ୍ତାକୁ ଅବରୋଧ କରିଥିଲେ । ରାସ୍ତାରେ ଟାୟାର ଜାଳି ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ । ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା । ଦୁର୍ଘଟଣା ଘଟାଇ ଥିବା ସ୍କର୍ପିଓକୁ ପରଜଙ୍ଗ ପୋଲିସ ଜବତ କରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ବାଇକକୁ ଧକ୍କା ଦେଲା ସ୍କର୍ପିଓ / ତିନି ଜଣ ଗୁରୁତର/ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଆଙ୍କର-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତଭାଲୁ ମୁଣ୍ଡା - ଆଲୋଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ମହୁଲାଛକ ନିକଟରେ ଏକ ବାଇକକୁ ସ୍କର୍ପିଓ ଧକ୍କା ଦେଇଛି। ଫଳରେ ମଟର ସାଇକେଲ ଯାଉଥିବା ତିନି ଜଣ ଗୁରୁତର ଆହତ ହୋଇ ଥିବା ଜଣାପଡିଛି।Body:ଗୁରୁତର ତିନି ଜଣ ହେଲେ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ତ କୁମୁସି ଗ୍ରାମର ସୌମ୍ୟରଞ୍ଜନ ପଣ୍ଡା ଓ ତାଙ୍କ ଖୁଡୀ ଉମା ପାଣି ଙ୍କ ସହ ତାଙ୍କ କୁନି ଝିଅ ଶ୍ରୀଆ ପାଣି । ସୌମ୍ୟରଞ୍ଜନ ନିଜ ବାଇକରେ ନିଜ ଘରୁ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ଏହି ଦୁର୍ଘଟଣା ଆହତ ମାନଙ୍କୁ କ୍ଷତିପୂରଣ ପାଁଇ ଘଟଣା ସ୍ଥଳରେ କୁମୁସି ଗାଁ ଲୋକ ଉକ୍ତ ରାସ୍ତା କୁ ଅବରୋଧ କରିଥିଲେ। ରାସ୍ତାରେ ଟାୟାର ଜାଳି ଲଗାଈ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ ଅବରୋଧ କରିଥିଲେ।ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ବିଜୟ କୁମାର ହାଇବ୍ରୁ ଏସ ଆଇ ପଦ୍ମନାଭ ଲେଙ୍କା ଙ୍କ ସମେତ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଅବରୋଧ ହଟିଥିଲା।Conclusion:ଦୁର୍ଘଟଣା ଘଟାଇ ଥିବାସ୍କରୋପିଓ କୁ ପରଜଙ୍ଗ ପୋଲିସ ଜବତ କରିଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର । ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.