ETV Bharat / state

IIMCରେ ଫିଲ୍ମ ସମ୍ପର୍କିତ କର୍ମଶାଳା 'ଫିଲ୍ମ ଚକ୍କର' ଆୟୋଜିତ - film chakar in dhenkanal IIMC

ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ(IIMC) ପକ୍ଷରୁ ଏକ କର୍ମଶାଳା ‘ଫ୍ଲିଲ୍ମ ଚକର’ ଆରମ୍ଭ ହୋଇଯାଇଛି। ଏହା ୨ଦିନ ଧରି ଆଇଆଇଏମସି ପରିସରରେ ଚାଲିବ।

dhenkanal iimc
IIMCରେ କର୍ମଶାଳା ଆୟୋଜିତ
author img

By

Published : Jan 15, 2020, 8:43 AM IST

ଢେଙ୍କାନାଳ: ସ୍ଥାନୀୟ ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି) ପକ୍ଷରୁ ସିନେମା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଏକ କର୍ମଶାଳା ‘ଫ୍ଲିଲ୍ମ ଚକର’ ଆୟୋଜିତ ହୋଇଯାଇଛି। ୨ ଦିନ ଧରି ଆଇଆଇଏମସି ପରିସରରେ ଏହା ଚାଲିବ।

ଏହି କର୍ମଶାଳା ଅବସରରେ ଆୟୋଜିତ ଉତ୍ସବରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ.ମୃଣାଳ ଚାଟାର୍ଜୀ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ କିଟ୍ ସ୍କୁଲ ଅଫ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ସିନେମାରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

IIMCରେ କର୍ମଶାଳା ଆୟୋଜିତ

ଏହି ଅବସରେ ଆଇଆଇଏସି ଅମରାବତୀର ପୂର୍ବତନ ନିର୍ଦ୍ଦେଶକ ନଦିମ ଖାଁ, ସମ୍ବଲପୁର ମହିଳା ମହାବିଦ୍ୟାଳୟର ଡ. ଜୟନ୍ତ କର ଶର୍ମା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଇଆଇଏମସି ପକ୍ଷରୁ ପ୍ରକାଶିତ ମନୋଗ୍ରାଫ ଲୋକ ସମ୍ପର୍କ ଓ କର୍ପୋରେଟ ପୁସ୍ତିକାକୁ ଉନ୍ମୋଚିତ କରାଯାଇଥିଲା । ଏହି କର୍ମଶାଳାରେ ଆଇଆଇଏମସି ପକ୍ଷରୁ ସହକାରୀ ପ୍ରଫେସର ସମ୍ବିତ ପାଲ, ଡ.ଜ୍ୟୋତି ପକାଶ ମହାପାତ୍ର, ବଦ୍ରୀନାଥ ଜେନା ପ୍ରମୁଖ ସଞ୍ଚାଳନ କରିଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥା ପକ୍ଷରୁ  ସିନେମା ପ୍ରଯୁକ୍ତି ବିଦ୍ୟିା ସଂପର୍କିତ ଏକ କର୍ମଶାଳା ଫ୍ଲିଲ୍ମଚକର ଆରମ୍ଭ ହୋଇଯାଇଛି। ଆଇଆଇଏମସି ପରିସରରେ ଏହି କର୍ମଶାଳା ୨ଦିନଧରି ଚାଲିବ।
                 Body:ଏହି କର୍ମଶାଳା ଅବସରରେ ଆୟୋଜିତ ଉତ୍ସବରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥିଭାବେ କିଟ ସ୍କୁଲ ଅଫ ସିନେମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଚଳଚିତ୍ର ନିର୍ଦ୍ଦେଶକ ହିମାଂସୁ ଖଟୁଆ ସିନେମାରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରେ ଆଇଆଇଏସି ଅମରାବତୀର ପୂର୍ବତନ ନିର୍ଦ୍ଦେଶକ ନଦିମ ଖାଁ,ସମ୍ବଲପୁର ମହିଳା ମହାବିଦ୍ୟାଳୟର ଡ. ଜୟନ୍ତ କର ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ  ଆଇଆଇଏମସି ପକ୍ଷରୁ ପ୍ରକାଶିତ ମନୋଗ୍ରାଫ ଲୋକ ସଂପର୍କ ଓ କର୍ପୋରେଟ ପୁସ୍ତିକାକୁ ଉନ୍ମୋଚିତ କରାଯାଇଥିଲା।
                    
Conclusion:     ଏହି କର୍ମଶାଳାରେ ଆଇଆଇଏମସି ପକ୍ଷରୁ ସହକାରୀ ପ୍ରଫେସର ସମ୍ବିତ ପାଲ ଡ ଜ୍ୟୋତି ପକାଶ ମହାପାତ୍ର, ବଦ୍ରୀନାଥ ଜେନାପ୍ରମୁଖ ସଂଚାଳନ କରିଥିଲେ। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.