ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡାଡିଆଁ ଗାଁର ଜିତେନ୍ଦ୍ର ପରିଡାଙ୍କୁ ଗତ ତିନି ବର୍ଷ ପୂର୍ବେ ଅନୁଗୁଳ ବନ୍ତଳା ଗ୍ରାମର ବସନ୍ତ ବେହେରାଙ୍କ ଝିଅ ମଧୁସ୍ମିତା ବେହେରା ବୈଦିକ ରୀତି ଅନୁସାରେ ବିବାହ କରିଥିଲେ । ବିବାହ ସମୟରେ ବରଘର ଦାବି ମୁତାବକ କନ୍ୟାଘର ଲୋକେ ସମସ୍ତ ଆସବାବପତ୍ର ଦେଇଥିଲେ । ହେଲେ ବାହାଘର ପରଠାରୁ ମଧୁସ୍ମିତାଙ୍କୁ ଅନେକ ନିର୍ଯାତନା ଦିଆହେଉଥିଲା ।
ଶେଷରେ ଆଜି ତାକୁ ତା ଶାଶୁଘର ଲୋକେ ମାରି ଟାଙ୍ଗି ଦେଇଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବାବେଳେ ମୃତା ମହିଳାଙ୍କ ସ୍ୱାମୀ ଜିତେନ୍ଦ୍ର ପରିଡା ଓ ଶ୍ବଶୁର ଶ୍ରୀଧର ପରିଡାଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।
ଇଟିଭି ଭାରତ, ଢେଙ୍କାନାଳ