ଢେଙ୍କାନାଳ: ମୋବାଇଲରେ କଥା ହେବା ହେଲା କାଳ। କଥା ହେଉଥିବା ସମୟରେ ବଜ୍ରାଘାତ ଯୋଗୁଁ ଚାଲିଗଲା ଜୀବନ । ମୃତକ ହେଲେ ପରଜଙ୍ଗ ଗ୍ରାମର ମୁନା ଦାସ l
ସୂଚନା ମୁତାବକ ମୁନା ଅପରାହ୍ନରେ ତାଳଚେରରୁ ନିଜ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ସମୟରେ ମୁଣ୍ଡେଇଲ ଛକ ନିକଟରେ ହୋଇଥିଲା ବଜ୍ରପାତ । ଏହି ସମୟରେ ମୁନା ଗାଡି ଚଲାଇବା ସହ ମୋବାଇଲରେ କଥା ହେଉଥିଲେ ବୋଲି ଜଣାପଡିଛି । ଫଳରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପର୍ଜଙ୍ଗ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ