ETV Bharat / state

ଢେଙ୍କାନାଳରେ ୮୦ ପଜେଟିଭ ଚିହ୍ନଟ,  ସଂକ୍ରମିତଙ୍କ ସଂଖ୍ୟା ୨୯୮୩କୁ ବୃଦ୍ଧି - ଢେଙ୍କାନାଳ କୋରୋନା ଖବର

ଶନିବାର ଜିଲ୍ଲାରେ ୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୮୩କୁ ବୃଦ୍ଧି ଘଟିଛି। ସମ୍ପୂର୍ଣ୍ଣ ପଢନ୍ତୁ...

ଢେଙ୍କାନାଳରେ ୮୦ ପଜେଟିଭ ଚିହ୍ନଟ,  ସଂକ୍ରମିତଙ୍କ ସଂଖ୍ୟା ୨୯୮୩ କୁ ବୃଦ୍ଧି

author img

By

Published : Sep 19, 2020, 6:01 PM IST

ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ହୋଇଥିବାବେଳେ ଆଜି (ଶନିବାର) ଜିଲ୍ଲାରେ ପୁଣି ୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ଜଣେ, ହୋମକ୍ବାରେଣ୍ଟାଇନରୁ ୫୪ ଜଣ, ସ୍ଥାନୀୟ ସଂକ୍ରମିତ ୧୭, କଟକ ଓ ଭୁବନେଶ୍ବର ହସ୍ପିଟାଲରୁ ୮ ଜଣ ପଜିଟିଭ ଚିହ୍ନଟ କରାଯାଇଛି ।

ଢେଙ୍କାନାଳରେ ୮୦ ପଜେଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୯୮୩ କୁ ବୃଦ୍ଧି

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ, ସଦର ଓ ଭୁବନରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଙ୍କଡାହାଡ ଓ ଭୁବନ ଏନଏସିରୁ ଜଣେ ଲେଖାଏଁ, ଓଡପଡାରୁ ୨୨, ପରଜଙ୍ଗରୁ ୧୩, ହିନ୍ଦୋଳରୁ ୩, କାମାକ୍ଷାନଗରରୁ ୭, ଗଦିଁଆରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସମସ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ସେପଟେ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଜିଲ୍ଲାରେ ୨୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୪୫୦ ଜଣ ସୁସ୍ଥ ହୋଇ ସାରିଲେଣି । ତେବେ ୫୩୧ ଟି ମାମଲା ସକ୍ରିୟ ରହିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.